Himachal Pradesh: ମାଣ୍ଡିରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ, ଚଣ୍ଡିଗଡ-ମନାଲି ରାଜପଥରେ ଅଟକିଛି ହଜାର ହଜାର ଗାଡି

By

Published : Jun 26, 2023, 3:21 PM IST

thumbnail

ଶିମଲା: ଗତ 24 ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ବଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏଥିରେ ଏକାଧିକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସର୍ବାଧିକ ମାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଛି । ଚଣ୍ଡିଗଡ-ମନାଲି ରାଜପଥର 7 ମାଇଲ ନିକଟରେ ଭୂସ୍ଖଳନ ହେବା ପରେ ଯାତାୟତ ପ୍ରଭାବିତ ହୋଇଛି । ରାଜପଥରେ ହଜାର ହଜାର ଗାଡିମୋଟର ଫସି ରହିଛନ୍ତି । ରଜ୍ୟରେ ଗତ 24 ଘଣ୍ଟା ଧରି ଲଗାତାର ବର୍ଷାରେ ରାଜଧାନୀ ଶିମଲା ସମେତ ଚାମ୍ବା, କାଙ୍ଗ୍ରା, କୁଲୁ, ମାଣ୍ଡି ପରି ଏକାଧିକ ସ୍ଥାନରେ ଏବେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି । ମାଣ୍ଡି ଜିଲ୍ଲାରେ ଗତକାଲି ସଂଧ୍ୟା ସୁଦ୍ଧା 64.4 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଥିଲା । ଆଜି ଗତକାଲି ଠାରୁ ବର୍ଷା ପରିମାଣ କମିଥିବା ବେଳେ ଦୁର୍ଦ୍ଦଶା ବଢିଛି । ବିଭିନ୍ନ ସ୍ଥାନରେ ଯୋଗଯୋଗ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.