ବାଲିଯାତ୍ରାର ଶେଷ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ଼, ଜମିଲା ବ୍ୟବସାୟ - କଟକ ବାଲିଯାତ୍ରା ଶେଷ ଦିନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/05-12-2023/640-480-20194856-thumbnail-16x9-balijatra.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 5, 2023, 10:20 PM IST
କଟକ: ଆଜି ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ବି ବାଲିଯାତ୍ରା ପଡ଼ିଆରେ ଭିଡ଼ ଦେଖିବାକୁ ମିଳିଛି । ଗତ ରବିବାରରେ ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଆଜି ମଙ୍ଗଳବାରରେ ଭିଡ଼ ହେବ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ତାହା ନୁହେଁ । ମଙ୍ଗଳବାରରେ ବି ବାଲିଯାତ୍ରା ପଡ଼ିଆରେ ଭିଡ଼ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ବାଲିଯାତ୍ରାରେ ଲୁଟ ହୋଇଥିବା ମୋବାଇଲକୁ ଖୋଜିବ ପୋଲିସ । ଏନେଇ କଟକ ଡିସିପି ପିନାକ ମିଶ୍ର ସ୍ପଷ୍ଟ କରିଛନ୍ତି । ବାଲିଯାତ୍ରାରେ ଯେତିକି ମୋବାଇଲ ହଜିଥିବା ନେଇ ମାମଲା ରୁଜୁ ହୋଇଥିବ ସେସବୁକୁ ଖୋଜିବା ପାଇଁ ପୋଲିସ ଏକ ସ୍ପେସିଆଲ ଡ୍ରାଇଭ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...
ଏହା ବି ପଢନ୍ତୁ- ଅଷ୍ଟମ ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା, କମିନି ଦର୍ଶକଙ୍କ ଗହଳି