ସକ୍ଷମ ହେଉଛନ୍ତି ମହିଳା, ଡିମାଣ୍ଡରେ ହାତ ତିଆରି ସାମଗ୍ରୀ - ବଢୁଛି ହାତ ତିଆରି ସାମଗ୍ରୀର ଚାହିଦା
🎬 Watch Now: Feature Video
Published : Sep 26, 2023, 3:37 PM IST
|Updated : Sep 26, 2023, 7:10 PM IST
ବାଲେଶ୍ବର: ଆଜିର ନାରୀ ଅବଳା କିମ୍ବା ଦୁର୍ବଳା ହୋଇ ରହି ନାହାଁନ୍ତି । ବରଂ ସବୁବେଳେ କିଛି ନୂଆ କରି ଦେଖାଇବାର ପ୍ରଚେଷ୍ଟା ଏବଂ ଉଦ୍ୟମ ବଳରେ ଆଜିର ନାରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଠିକ ସେହିପରି ବର୍ତ୍ତମାନ ଗ୍ରାମାଞ୍ଚଳର ମହିଳାମାନେ ଗ୍ରୁପ ମଧ୍ୟରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଉଛନ୍ତି । ସେହିଭଳି କିଛି ମହିଳାମାନଙ୍କ ଉଦ୍ୟମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ଗ୍ରାମର ମହିମାମୟୀ ମହିଳା ମଣ୍ଡଳୀ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ପାଖରେ। ଡାଲଙ୍ଗ ଗ୍ରାମର ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଚାନ୍ଦୁଆ, ଛତୁ ଚାଷ, ଟେଡି ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ରୋଜଗାରକ୍ଷମ ହୋଇ ପାରିଛନ୍ତି । ଏହି ଗୋଷ୍ଠୀରେ ୧୫ରୁ ଉର୍ଦ୍ଧ୍ବ ମହିଳାମାନେ କପଡ଼ାର ବିଭିନ୍ନ ପ୍ରକାରର ଚାନ୍ଦୁଆ, ବସ୍ତ୍ର ତିଆରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।
ଏସବୁ ସାମଗ୍ରୀ ତିଆରି କରି ଏବେ ଗାଁର ମହିଳାମାନେ ସ୍ବାବଲମ୍ବୀ ହୋଇଛନ୍ତି । ସେମାନଙ୍କ ହାତ ତିଆରି ସାମଗ୍ରୀ ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଅନ୍ୟ ସ୍ଥାନରୁ ଲୋକଙ୍କ ଡିମାଣ୍ଡ ଅନୁସାରେ ମହିଳାମାନେ ବିଭିନ୍ନ ସାମଗ୍ରୀ ତିଆରି କରି ସେମାନଙ୍କୁ ଯୋଗାଇ ଦେଉଛନ୍ତି । ଏମିତିକି ମହିଳାମାନଙ୍କ ଏହିସବୁ ସୁନ୍ଦର ସୁନ୍ଦର ସାମଗ୍ରୀ ବିଭିନ୍ନ ସ୍ଥାନରେ ହେଉଥିବା ମେଳା ମହୋତ୍ସବରେ ମଧ୍ୟ ଷ୍ଟଲ ଲାଗି ବିକ୍ରି କରାଯାଉଛି । ମହିଳାମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଚାନ୍ଦୁଆ ଅତି ସୁନ୍ଦର ଭାବେ ତିଆରି କରୁଥିବା ବେଳେ ଏହି ଚାନ୍ଦୁଆ ଲୋକମାନଙ୍କ ବେଶ ଆଦୃତ ହେଉଛି । ଲୋକମାନେ ଚାନ୍ଦୁଆ ନେଇ ଘରେ କିମ୍ବା ଠାକୁରଙ୍କ ପାଖରେ ସଜାଇ ରଖୁଛନ୍ତି । ଦିନ ଥିଲା ଘରେ କେବଳ ଘରକାମ ଘେର ରହୁଥିଲେ । ଏବେ କିନ୍ତୁ ନିଜର ସ୍ବତନ୍ତ୍ର ପରଚୟ ସୃଷ୍ଟି କରିବା ସହ ଦୁଇ ପଇସା ରୋଜଗାର କରି ସମାଜରେ ନିଜ ସ୍ଥିତିକୁ ମଜଭୁତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.. ସ୍ୱାବଲମ୍ବୀ ମହିଳା, ଧାନରୁ ଘର ସଜ୍ଜା ସାମଗ୍ରୀ କରି ହୋଇପାରିଛନ୍ତି ରୋଜଗାରକ୍ଷମ
ଇଟିଭି ଭାରତ, ବାଲେଶ୍ବର