thumbnail

ହେଲିକପ୍ଟର କାର୍ ଚଢି ବିବାହ ପାଇଁ ଗଲେ ବର

By ETV Bharat Odisha Team

Published : Dec 7, 2023, 8:57 AM IST

ଲକ୍ଷ୍ନୌ: ଆରମ୍ଭ ହୋଇଛି ବିବାହ ଋତୁ । ଆଜିକାଲି ସମସ୍ତେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି  । ଏଥିପାଇଁ ବିଭିନ୍ନ ଅଜବ ଓ ନିଆରା ଉପାୟ ଆପଣାଉଛନ୍ତି  । କିଏ ଜେସିବିରେ କନ୍ୟାଘରକୁ ଯାଉଛି ତ କେଉଁଠି କନ୍ୟା ଘୋଡା ଗାଡିରେ ଶାଶୁଘର ଆସୁଛି  । ଏବେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରେ ଏମିତି ଏକ ବିବାହ ଚର୍ଚ୍ଚାରେ ରହିଛି । ଏଠାରେ ଜଣେ ବର ହେଲିକପ୍ଟର କାର୍ ଚଢି ବିବାହ ପାଇଁ ଯାଇଛି  । କାରକୁ ଦେଖିଲେ ଆପଣ ଏହା ହେଲିକପ୍ଟର ନା କାର୍ ବୋଲି କିଛି ସମୟ ଦ୍ବନ୍ଦ୍ୱରେ ପଡ଼ିଯିବେ । କାରଣ କାରର ଆକୃତି ଠିକ୍ ହେଲିକପ୍ଟର ପରି । ଯେମିତି ହେଲିକପ୍ଟରରେ ପଙ୍ଖା ବୁଲେ, ଠିକ୍ ସେହିଭଳି ତାଙ୍କ କାରରେ ମଧ୍ୟ ପଙ୍ଖା ବୁଲୁଛି । ବର ଜଣକ ପ୍ରୋସେସନରେ ବିବାହ ପାଇଁ ଯିବା ସମୟରେ ତାଙ୍କର ଏହି କାର ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି  ।

ଏହା ମଧ୍ୟ ପଢନ୍ତୁ: ବିହାର ବିବାହରେ ନିଆରା ଦୃଶ୍ୟ, ହେଲିକପ୍ଟର ଆକୃତି କାରରେ ଶଶୁର ଘରକୁ ଗଲେ କନ୍ୟା

ସମ୍ପୃକ୍ତ ବରଙ୍କ ନାମ ଇମତିୟାଜ ଅହମ୍ମଦ  । ବୁଧବାର ଦିନ ମହାରାଜଗଞ୍ଜ ଜିଲ୍ଲାର ନୌତନବା କସ୍ବେ ଅଞ୍ଚଳରେ ତାଙ୍କର ବିବାହ ଥିଲା । ଇମତିୟାଜ ହେଲିକପ୍ଟରରେ ବିବାହ ପାଇଁ ଯିବାକୁ ତାଙ୍କର ଇଚ୍ଛା ଥିଲା । ଯେତେବେଳେ ସେ ହେଲିକପ୍ଟର ଆକୃତିରେ ଏହି କାର୍ ଦେଖିଲେ, ଏଥିରେ ବସି ହିଁ ବିବାହ କରିବେ ବୋଲି ସ୍ଥିର କଲେ । ବାଜା ରୋଷେଣୀ କରି ସେ ବିବାହ ପାଇଁ ଯିବାବେଳେ ବାଟରେ ଯାଉଥିବା ଲୋକେ ଅଟକି ଯାଇ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ । କିଛି କିଛି ଲୋକ ତ ଏହି ନିଆରା ହେଲିକପ୍ଟର କାର ସହିତ ସେଲ୍ଫି ମଧ୍ୟ ନେଇଥିଲେ  । ଏନେଇ ଗାଡିର ମାଲିକ କୁହନ୍ତି, ଯେତେବେଳେ ସେ ନିଜ କାରକୁ ହେଲିକପ୍ଟର ଲୁକ ଦେବା ପରେ ଏହାର ଡିମାଣ୍ଡ ବଢିଗଲା  । ବହୁସଂଖ୍ୟାରେ ଲୋକ ଏହି କାର୍ ବୁକିଂ କରୁଛନ୍ତି  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.