ମଧ୍ୟରାତ୍ରରେ ବୁଲୁଛି ଭୂତ ! ଭୟଭୀତ ସାଧାରଣ ଜନତା - ବେଶ ପଟୁଆର ଆକର୍ଷଣ

🎬 Watch Now: Feature Video

thumbnail

By

Published : Apr 28, 2023, 10:37 PM IST

ବ୍ରହ୍ମପୁର: ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା ଶେଷ ହେବାକୁ ଯାଉଛି । ଏହାକୁ ନେଇ ସହରରେ ବେଶ ପଟୁଆର ଆକର୍ଷଣ ସହିତ ଅନେକଙ୍କ ପାଇଁ ମନୋରଞ୍ଜନ ଭରି ଦେଉଛି । ସେପଟେ ମାଆଙ୍କ ଯାତ୍ରା ସମୟରେ ମଧ୍ୟରାତ୍ରରେ ସହରର ବିଭିନ୍ନ ଗଳିକନ୍ଦିରେ ଏବଂ ନିଛାଟିଆ ସ୍ଥାନରେ ଦେଖିବାକୁ ମିଳୁଛି ଭୂତ ବେଶ । ମୁଖ୍ୟତଃ ଯୁବବର୍ଗ ଏହି ବେଶରେ ରାତ୍ର ସମୟରେ ଧାରଣ କରି ବିଭିନ୍ନ ଚଳଚିତ୍ରରେ ଦେଖିବାକୁ ମିଳୁଥିବା ଭୂତ ଆକୃତିରେ ପ୍ରତ୍ୟେକ ବେଶରେ ସଜ୍ଜିତ ହେଉଛନ୍ତି। ଏଥିସହ ବିଭିନ୍ନ ସାହି ବୁଲୁବା କୌଣସି ସ୍ଥାନରେ କେହି ବ୍ୟକ୍ତିବିଶେଷ ଘରେ ବାହାରେ ଶୋଇଥିବା ଅବସ୍ଥାରେ କିମ୍ୱା ବାହାରେ ବୁଲ୍ଲା ବୁଲି କରୁଥିବା ବ୍ୟକ୍ତି ମାନଙ୍କୁ ଏହି ବେଶଧାରୀ ମାନେ ଭୟଭୀତ କରୁଛନ୍ତି।  ସେମାନଙ୍କ ସହିତ ବୁଲୁ ଥିବା ଅନ୍ୟ ସାଙ୍ଗ ସାଥୀ ଓ ସଂପର୍କୀୟ ମାନେ ଏହାକୁ ନିଜ ନିଜର ମୋବାଇଲରେ ଭିଡିଓ କରି ରଖୁଥିବା ବେଳେ ଏହି ସମସ୍ତ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରାରେ ବିଭିନ୍ନ ବେଶ ପଟୁଆର ମୁଖ୍ୟ ଆକର୍ଷଣ ରହୁଥିବାରୁ ମାନସିକଧାରୀ ଭକ୍ତ ମାନେ କୃଷ୍ଣ , ବଳରାମ , ଶିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବେଶରେ ସଜ୍ଜିତ ହେଉଥିଛନ୍ତି। ଏଭଳି ସ୍ଥଳେ ରାତ୍ର ସମୟରେ ସାଧାରଣ ଜନତାଙ୍କୁ ଭୂତ ବେଶରେ ସଜ୍ଜିତ ହୋଇ ସାମାନ୍ୟ ଭୟଭୀତ କରାଇ ଏହାକୁ ନେଇ ବେଶ ମନୋରଞ୍ଜନ କରାଉଥିବା କହିଛନ୍ତି ବେଶ ଧାରୀ । ବ୍ରହ୍ମପୁର ସହରରେ ମଧ୍ୟରାତ୍ରରେ ଏପରି ବେଶ ଧାରଣ କରି ଭୟଭୀତ କରାଉଥିବା ଯୁବକ ମାନଙ୍କ ସହିତ ଅଧିକ  ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.