ଗୋପାଳପୁର ବେଳାଭୂମି ମହୋତ୍ସବରେ ଲୋକକଳା ପ୍ରଦର୍ଶନୀ

By

Published : Dec 28, 2022, 5:13 PM IST

Updated : Feb 3, 2023, 8:37 PM IST

thumbnail
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅନେକ ଲୋକକଳା ଓ ଲୋକନୃତ୍ୟ ରହିଥିବା ଏବେବି ଏହା ଅନେକ ମାତ୍ରାରେ ବଞ୍ଚି ରହିଛି । ଯାହାକୁ ଜିଲ୍ଲାର ଶହ ଶହ କଳାକାର ଏଥିରେ ସାମିଲ ହୋଇ ଏହାକୁ ସେମାନଙ୍କ ଶେଷ ନିଶ୍ବାସ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ପୂର୍ବରୁ ଜିଲ୍ଲାରେ ପ୍ରହଲ୍ଲାଦ ନାଟକ ଠାରୁ ଆରମ୍ଭ କରି ଗାହାଣ ପର୍ଯ୍ୟନ୍ତ ଏଭଳି ପ୍ରାୟ ୬୩ ପ୍ରକାର କଳା ରହିଥିଲା । ବର୍ତ୍ତମାନ ମଧ୍ୟ୨୪ ରୁ ୨୫ ପ୍ରକାର ଲୋକକଳା ବହୁଳ ମାତ୍ରାରେ ବଞ୍ଚି ରହିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଗୋପାଳପୁର ବେଳାଭୂମି ମହୋତ୍ସବରେ ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ପକ୍ଷରୁ ପ୍ରଥମ ଥର ପାଇଁ ଜିଲ୍ଲାରେ କିଭଳି ଲୋକକଳା ଓ ଲୋକନୃତ୍ୟ ବଞ୍ଚି ରହିଛି ତାହାକୁ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ସଚେତନତା କରିବା ଉଦେଶ୍ୟରେ ଏଭଳି ଏକ ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.