କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାରକୁ ହତ୍ୟା ପରେ ଉତ୍ତର ପ୍ରଦେଶ ରାଜନୀତି ଗରମ, ଦେଖନ୍ତୁ ଭିଡିଓ

By

Published : Jun 7, 2023, 9:20 PM IST

thumbnail

ଲକ୍ଷ୍ନୌ: ସିଭିଲ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାର ମୁଖତାର ଅନସାରୀର ସହଯୋଗୀ ଗ୍ୟାଙ୍ଗଷ୍ଟାର ସଞ୍ଜୀବ ଜିବାକୁ ଗୁଳି କରି ହତ୍ୟା କରାଯିବା ଘଟଣା ଉତ୍ତର ପ୍ରଦେଶରେ ରାଜନୀତିକୁ ପୁଣି ଉଷ୍ମ କରିଛି । ଆଇନଜୀବୀମାନେ କୋର୍ଟ ପରିସରରେ ଧାରଣାରେ ବସିଛନ୍ତି । ପୋଲିସ ପହଞ୍ଚି କୋର୍ଟକୁ ସିଲ କରିବା ସହ ଫୋରେନସିକ ଟିମ ସହ ହତ୍ୟାକାଣ୍ଡ ସ୍ଥଳରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଛି । ଅନ୍ୟପଟେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗ୍ୟାଙ୍ଗଷ୍ଟାର ସଞ୍ଜୀବ ଜିବା ଗ୍ୟାଙ୍ଗଷ୍ଟାର ତଥା ରାଜନେତା ମୁଖତାର ଅନସାରୀର ସହଯୋଗୀ ଭାବେ ଜଣାଶୁଣା । ସଞ୍ଜୀବ ବିରୋଧରେ ବିଜେପି ବିଧାୟକ ବ୍ରହ୍ମଦତ୍ତ ଦ୍ବିବେଦୀଙ୍କ ହତ୍ୟା ସମେତ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଏବେ କୋର୍ଟ ପରିସର ସମ୍ପୂର୍ଣ୍ଣ ସିଲ କରାଯିବା ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚୁଛନ୍ତି । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.