ରିଭର୍ସ ସ୍ପିଡ ପେଣ୍ଟିଂରେ ଗଣେଶ ପୂଜା ଶୁଭେଚ୍ଛା ବାର୍ତ୍ତା - ରିଭର୍ସ ସ୍ପିଡ ପେଣ୍ଟିଂ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-09-2023/640-480-19555074-thumbnail-16x9-puri.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 19, 2023, 10:57 PM IST
|Updated : Sep 19, 2023, 11:02 PM IST
ପୁରୀ: ଅଭିନବ ଢ଼ଙ୍ଗରେ ପବିତ୍ର ଗଣେଶ ପୂଜାର ଅଭିନନ୍ଦନ ବାର୍ତ୍ତା। ପୂଜା ଅବସରରେ ପୁରୀର ଯୁବଚିତ୍ର ଶିଳ୍ପୀ ଆୟୁଷ ମହାପାତ୍ର ନିଆରା ଢ଼ଙ୍ଗରେ ଏକ ଚିତ୍ରକଳା କରି ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଭୁ ଗଣେଶଙ୍କର ଏକ ଚିତ୍ର ରିଭର୍ସ ସ୍ପିଡ ପେଣ୍ଟିଂ ତଥା ଓଲଟା ଚିତ୍ର ଆଙ୍କି ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି। ମାତ୍ର ୭ ମିନିଟ୍ ଆୟୁଷ ଏହି ରିଭର୍ସ ସ୍ପିଡ ପେଣ୍ଟିଂଟି କରିଛନ୍ତି। ୨୦୨୦ ଲକଡାଉନ୍ ସମୟରେ ୟୁଟ୍ୟୁବ ଦେଖି ଏହି ଅଭିନବ ରିଭର୍ସ ସ୍ପିଡ ପେଣ୍ଟିଂ ଶିଖିବା ଆରମ୍ଭ କରିଥିଲେ ଆୟୁଷ। ପରେ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡର ଅଧିକାରୀ ମଧ୍ଯ ହୋଇଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ଚିତ୍ର ଶିଳ୍ପୀଙ୍କ ଅଦ୍ଭୁତ କଳାକୃତି ମୋହୁଛି ମନ
ତେବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପରେ ଚର୍ଚ୍ଚାକୁ ଆସିଥିଲେ ଆୟୁଷ। ପରେ ବିଭିନ୍ନ ପର୍ବ ପର୍ବାଣୀ ଏବଂ ସ୍ଵତନ୍ତ୍ର ଦିବସରେ ବିଭିନ୍ନ ଚିତ୍ର ଆଙ୍କି ବିଭିନ୍ନ ସଚେତନତା ବାର୍ତା ଦେଇ ଆସୁଛନ୍ତି। ତେବେ ଗଣେଶ ପୂଜା ଉପଲକ୍ଷେ ଆଙ୍କିଥିବା ଏହି ଚିତ୍ର ବେସ ଆକୃଷ୍ଟ ଲାଗୁଛି।
ଇଟିଭି ଭାରତ, ପୁରୀ