ହିପ୍ ରିପ୍ଲେସମେଣ୍ଟ ପରେ କେସିଆରଙ୍କ ପ୍ରଥମ ଭିଡିଓ, ଦେଖନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା

By ETV Bharat Odisha Team

Published : Dec 9, 2023, 3:48 PM IST

thumbnail

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସଫଳ ହିପ୍ ରିପ୍ଲେସେମେଣ୍ଟ ସର୍ଜରୀ ହୋଇଛି  । ଏବେ ସେ ସୁସ୍ଥ ଅଛନ୍ତି  । ଆଉ ଦୁଇ କି ତିନି ମଧ୍ୟରେ କେସିଆର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି । ତେବେ ହିପ୍ ରିପ୍ଲେସେମେଣ୍ଟ ପରେ ଆଜି ହସ୍ପିଟାଲରୁ କେସିଆରଙ୍କ ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ତାଙ୍କୁ ଡାକ୍ତରୀ ଟିମ୍ ଚଲାବୁଲା କରାଉଥିବାର ଦେଖିବାକୁ ମିଳୁଛି  । କହିରଖୁଛୁ କି, ଗୁରୁବାର ବିଳମ୍ବିତ ରାତିରେ ନିଜ ଫାର୍ମହାଉସରେ ଗୋଡ ଖସିଯିବାରୁ ତଳେ ପଡି ଆହତ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର । ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ଡାକ୍ତରଙ୍କ ପରାମର୍ଶରେ ତାଙ୍କର ହିପ୍ ରିପ୍ଲେସମେଣ୍ଟ କରାଯାଇଛି  । ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଏବେ ତାଙ୍କୁ ଚିକିତ୍ସା କରୁଛନ୍ତି  । ସର୍ଜରୀ ପରେ ଅପରେସନ ଥିଏଟରରୁ ତାଙ୍କୁ ଜେନେରାଲ ରୁମକୁ ଅଣାଯାଇଛି  । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ ୬ରୁ ୮ ଦିନ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.