WTC Final: ରୋମାଞ୍ଚକର ହେବ ଫାଇନଲ, ଭାରତ ପାଇଁ କଡ଼ା ପରୀକ୍ଷା

By

Published : Jun 7, 2023, 3:46 PM IST

thumbnail

କଟକ: ଆରମ୍ଭ ହୋଇଯାଇଛି ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ । ଇଂଲଣ୍ଡର 'ଦ ଓଭାଲ୍‌'ରେ ମୁହାଁମୁହିଁ ହୋଇଛନ୍ତି ବିଶ୍ବର ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ସେପଟେ ବିରାଟ କୋହଲି ଓ ଶୁଭମନ ଗିଲ୍‌ଙ୍କ ପ୍ରଦର୍ଶନ ଉପରେ ରହିଛି ସାରା ବିଶ୍ବର ନଜର । ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାମ୍ପରେ 'ବିରାଟ ଭୟ' ସ୍ପଷ୍ଟ ବାରି ହୋଇଛି । ସେହିପରି ଭାରତୀୟ ଦଳରେ ବୋଲିଂ ବିଭାଗରେ ବୁମରାଙ୍କ ଅନୁପସ୍ଥିତିରେ କମାଣ ସମ୍ଭାଳୁଛନ୍ତି ଇନ୍‌ ଫର୍ମ ବୋଲର ମହମ୍ଦ ସାମି ଓ ସିରାଜ । ବର୍ତ୍ତମାନ ସୁଦ୍ଧା ଉସ୍‌ମାନ ଖ୍ୱାଜାଙ୍କୁ ପାଭିଲିୟନ ଫେରାଇ ଦେଇଛନ୍ତି ମହମ୍ମଦ ସିରାଜ । ଗୋଟିଏ ୱିକେଟ ହରାଇଥିଲେ ମଧ୍ୟ କଙ୍ଗାରୁ ଦଳର ବ୍ୟାଟିଂ ବିଭାଗ ବେଶ ସୁଦୃଢ଼ ରହିଛି । କଣ ରହିଛି ଭାରତର ରଣନୀତି, ପ୍ରଥମେ ବ୍ୟାଟିଂ ବଦଳରେ ବୋଲିଂ ନିଷ୍ପତ୍ତି ଭାରତକୁ କେତେ ଫାଇଦା ଦେବ, ଏହି ତମାମ ଦିଗରେ ମତ ରଖିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.