ପୁରୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ, ନିଆଁ ଆଁରୁ କଇଁଛ ଓ ସୁନା ଅଳଙ୍କାର ଉଦ୍ଧାର
🎬 Watch Now: Feature Video
ପୁରୀ: ଜିଲ୍ଲାର ବଡ଼ଦାଣ୍ଡ ସ୍ଥିତ ଲକ୍ଷ୍ମୀ ମାର୍କେଟ ଅଗ୍ନିକାଣ୍ଡ ଭିତରେ ଜୀବନ ବଞ୍ଚିବା ସହ ଦୁର୍ଲଭ ମୂଲ୍ୟବାନ ପଦାର୍ଥଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା କଇଁଛଟି ଦୋକାନରେ ଥିବା ଆକ୍ବାରିଅମ ମଧ୍ୟରେ ରହିଥିଲା । ହଠାତ କଇଁଛଟି ଖସିପଡ଼ିଥିବାରୁ ତାକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା । ଏହାପରେ ଦୋକାନୀ ମାଲିକଙ୍କ ବନ୍ଧୁକୁ କଇଁଛକୁ ହସ୍ତାନ୍ତର କରାଯାଇଛି । କଇଁଛର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଘରକୁ ନେବେ ବୋଲି ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି । ସେପଟେ ନିଆଁ ଭିତରୁ ସୁନା ଅଳଙ୍କାର ଉଦ୍ଧାର ହୋଇଛି । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକଙ୍କ ସୁନା, ଟଙ୍କା ମିଳିଥିବା ଜଣାପଡ଼ିଛି । ସୂଚନା ଥାଉକି ଗତକାଲି ଠାରୁ ନିଆଁ ଲାଗିଥିବା ବେଳେ ଏଯାଏଁ ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୧୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି । ତେବେ ଘଟଣାରେ ଧନ ଜୀବନ ହାନି ହୋଇନଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ।
ଇଟିଭି ଭାରତ, ପୁରୀ