thumbnail

By ETV Bharat Odisha Team

Published : Nov 13, 2023, 10:54 AM IST

ETV Bharat / Videos

ଦୀପାବଳୀରେ ଅଘଟଣ, ରକେଟ୍‌ ବାଣ ଯୋଗୁଁ ଫ୍ଲାଟ୍‌ରେ ଲାଗିଲା ନିଆଁ

ସମ୍ବଲପୁର: ଦୀପାବଳିରେ ଅଘଟଣ । ସମ୍ବଲପୁର କ୍ଷେତରାଜପୁର ଶ୍ୟାମ ବାଟିକାରେ ଅଗ୍ନିକାଣ୍ଡ । ରକେଟ୍‌ ବାଣ ଯୋଗୁଁ ଫ୍ଲାଟରେ ଲାଗିଲା ନିଆଁ । ଜଳିପୋଡି ପାଉଁଶ ହୋଇଗଲା ଘରେ ଥିବ ଆସବାବପତ୍ର । ନିଆଁକୁ ଆୟତ କଲା ଦମକଳ ବାହିନୀ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଫ୍ଲାଟ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ସ୍ଥାନୀୟ ଲୋକେ ଫ୍ଲାଟ୍‌ର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେହି ଆପାର୍ଟମେଣ୍ଟରେ ରହୁଥିବା ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତିନୋଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଘରର ଅନେକ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ସମ୍ବଲପୁରର ଆଉ ଏକ ସ୍ଥାନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । 

ଏହା ମଧ୍ୟ ପଢନ୍ତୁ-ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍‌

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.