ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ, ଚାଳକ ମୃତ - ବିହାର ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବିସ୍ଫୋରଣ
🎬 Watch Now: Feature Video
ପାଟନା: ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ(Fire after explosion in gas cylinder laden truck) । ପ୍ରଚଣ୍ଡ ଶବ୍ଦ ସହ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଏଭଳି ଏକ ବଡ ଦୁର୍ଘଟଣା ଘଟିଛି ବିହାରର ଭାଗଲପୁରରେ ଥିବା ନାରାୟଣପୁର ପେଟ୍ରେଲ ପମ୍ପ ନିକଟରେ । ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ପରେ ସିଲିଣ୍ଡରର ଖଣ୍ଡ 100 ମିଟର ଯାଏଁ ବିଛାଡି ହୋଇଗଲା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ହୋଟେଲ ଜଳିଯାଇଥିଲା । ଖବରପାଇ 4ଟି ଅଗ୍ନିଶମ ବାହିନୀର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
Last Updated : Feb 3, 2023, 8:35 PM IST