thumbnail

By

Published : Dec 31, 2022, 9:30 AM IST

Updated : Feb 3, 2023, 8:37 PM IST

ETV Bharat / Videos

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭଦ୍ରକ: କୋଇଲା ବୋଝେଇ ଟ୍ରେନରେ ନିଆଁ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ପୂର୍ବତଟ ରେଳପଥର ମଞ୍ଜୁରୀ ରୋଡ଼ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ବଗିରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ଏବଂ ଧାମନଗର ଅଗ୍ନିଶମ ବାହିନୀର 4ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ 10 ୱାଗନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । କୋଇଲା ବୋଝେଇ ଟ୍ରେନଟି ପାରାଦୀପରୁ କୋଇଲା ନେଇ ଆସୁଥିବା ସୂଚନା ମିଳିଛି। ଇଟିଭି ଭାରତ, ଭଦ୍ରକ
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.