thumbnail

By

Published : Jul 16, 2023, 9:00 PM IST

ETV Bharat / Videos

ହରିଦାସପୁର ଷ୍ଟେସନ ନିକଟରେ ଅଘଟଣ, କୋଇଲା ବୋଝେଇ ଟ୍ରେନରେ ନିଆଁ !

ଯାଜପୁର: ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ପୂର୍ବରୁ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ୱାଗନ୍‌ରୁ ଆଜି ଅପରାହ୍ନ ସମୟରେ ହଠାତ ଧୂଆଁ ବାହାରିଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଚଣ୍ଡିଖୋଲ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ମୁତାବକ ଏହି କୋଇଲା ବୋଝେଇ ମାଲବାହୀ ଟ୍ରେନଟି ଗତକାଲିଠାରୁ ଷ୍ଟେସନ ନିକଟରେ ଛିଡା ହୋଇଥିଲା । ଗାଡିର ଇଞ୍ଜିନ ନଥିବା ବେଳେ ଆଜି ଟ୍ରେନର ଗୋଟିଏ ୱାଗନ୍‌ରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନ୍‌ରେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହେଇଛି । ରାଜ୍ୟରେ ଟ୍ରେନ୍‌ରେ ନିଆଁ ଲାଗିବା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ବିବେକ ଏକ୍ସପ୍ରେସର ଏକ ବଗିରେ ଧୂଆଁ ଦେଖିବାକୁ ମିଳିଥିଲା । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଥିଲା । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.