NDA Vs INDIA: ୨୦୨୪ରେ ହେବ ଜୋରଦାର ଲଢେଇ, 38 ଉପରେ ଭାରିପଡିବ କି 26 ?
🎬 Watch Now: Feature Video
ହାଇଦ୍ରାବାଦ: ୨୦୨୪ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ମହାଲଢେଇ । ନିର୍ବାଚନୀ ମୈଦାନରେ2024 ଲୋକସଭା ନିର୍ବାଚନକୁ ନେଇ ସରଗରମ ଜାତୀୟ ରାଜନୀତି । ଗୋଟିଏ ପଟେ ବେଙ୍ଗାଲୁରୁରେ ବିରୋଧୀ ମେଳି କରିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ବସିଛି NDA ବୈଠକ । ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ଅଣ୍ଟା ଭିଡିଛି ବିରୋଧୀ ମହାମେଣ୍ଟ । ବିହାରର ରାଜଧାନୀ ପାଟନା ପରେ ଆଜି ବେଙ୍ଗାଲୁରୁରେ ବସିଛି ବିରୋଧୀ ମହାମେଣ୍ଟର ବୈଠକ । ଏହି ବୈଠକରେ ବିଜେପି ବିରୋଧୀ ପ୍ରାୟ ୨୬ଟି ଦଳ ସାମିଲ ହୋଇଛନ୍ତି । ଆଜି ବୈଠକର ଦ୍ବିତୀୟ ଦିନରେ ମହାମେଣ୍ଟର ନାମ ମଧ୍ୟ ଘୋଷଣା ହୋଇଛି । ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାମ ରଖାଯାଇଛି INDIA ବା ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲିଆନ୍ସ ।
ଏହା ବି ପଢନ୍ତୁ- Bengaluru Opposition meet: ‘କଂଗ୍ରେସ ଚାହୁଁନି ପ୍ରଧାନମନ୍ତ୍ରୀ ପଦବୀ’
ସେପଟେ ବୈଠକ ପରେ ଅଭିଭାଷଣ ରଖିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ନେତା ଟାର୍ଗେଟ କରିଛନ୍ତି । ଏ ନେଇ ଆଜି ବିରୋଧୀ ମହାମେଣ୍ଟର ଅଧ୍ୟକ୍ଷତା କରିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, "ବିରୋଧୀ ମେଣ୍ଟକୁ ନେଇ ପୂର୍ବରୁ ମୋଦି କୌଣସି ପ୍ରତିକ୍ରିୟା ରଖୁନଥିଲେ । ହେଲେ ଏବେ ସେମାନେ ଏକ ବୈଠକ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିରୋଧୀ ଏକତାରେ ମୋଦି ଭୟଭୀତ ହୋଇପଡ଼ିଛନ୍ତି ।" ସେପଟେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ସିଧାସଳଖ ଲଢେଇ ଲାଗି NDAକୁ ଚ୍ୟାଲେଞ୍ଜ କରିଛନ୍ତି । ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଲଢେଇ ହେଉଛି ବିଜେପିର ବିଚାରଧାରା ବିରୁଦ୍ଧରେ । ଆମ ଦଳର ନାମ ଇଣ୍ଡିଆ ରଖାଯାଇଛି । ଆଉ ଯାହାର ନାମ ଇଣ୍ଡିଆ ତାକୁ କେହି ପରାଜିତ କରିପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ଦେଖିବାର କଥା ଜନତା ଶାସକ ନା ବିରୋଧୀ ମେଣ୍ଟ ଉପରେ ବିଶ୍ବାସ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ