thumbnail

+2 Result: ଯୁକ୍ତ ଦୁଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

By

Published : Jun 2, 2023, 7:04 AM IST

ବ୍ରହ୍ମପୁର: ବୁଧବାର ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଚଳିତ ଥର ଗଞ୍ଜାମ ଜିଲ୍ଲାରେ ଯୁକ୍ତ ବିଜ୍ଞାନ ପରୀକ୍ଷାରେ ମୋଟ 7,771 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ଅବସରରେ ବ୍ରହ୍ମପୁର ସହରରେ କୃତି ବିଦ୍ୟାର୍ଥୀଙ୍କ ମାନଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି । ଚଳିତବର୍ଷ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କୁ ଡିଜି ଲକର୍ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ କରାଯିବା ବ୍ୟବସ୍ଥା ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ କ୍ଷେତ୍ରରେ ସହାୟତା ହେବ ବୋଲି କୁହାଯାଉଛି । ଯୁକ୍ତ ଦୁଇ ଫଳାଫଳକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି । ଚଳିତ ଥର ଗଞ୍ଜାମରେ ବିଜ୍ଞାନ ପାସ ହାର ରହିଛି 82.08 ପ୍ରତିଶତ । 3864 ଜଣ ପ୍ରଥମ, 2473 ଜଣ ଦ୍ବିତୀୟ 1401 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ମୋଟ  1792 ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାର ପାସ ହାର ରହିଛି 81.71 ପ୍ରତିଶତ l  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.