ETV Bharat / state

ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର, 12 ଜିଲ୍ଲାରେ ନାହିଁ ICU - ODISHA ASSEMBLY BUDGET SESSION 2025

10ଟି ସ୍ଥାନରେ ହେବ ସାଟେଲାଇଟ ସେଣ୍ଟର । ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରୋଗୀଙ୍କ ପାଇଁ ଖୁସି ଖବର ।

HEALTH MINISTER DR MUKESH MAHALING
HEALTH MINISTER DR MUKESH MAHALING (ETV Bharat Odisha)
author img

By ETV Bharat Odisha Team

Published : Feb 17, 2025, 4:05 PM IST

ଭୁବନେଶ୍ୱର: ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର । ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ନାହିଁ ICU ବ୍ୟବସ୍ଥା । ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲାରେ ICU ନିର୍ମାଣାଧୀନ । ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ICU କାର୍ଯ୍ୟକାରୀ ହେବ । ଏବର୍ଷ ୫୨୪୮ MBBS ଡାକ୍ତର ପଦ ପୂରଣ ହେବ । ବିଧାନସଭାରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ । ଖାଲି ସେତିକି ନୁହେଁ, ଏବର୍ଷ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ଚଳିତ ବର୍ଷ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ,ରୋଗୀଙ୍କ ପାଇଁ ଖୁସି ଖବର

ଝାରସୁଗୁଡାରେ ଗୋଟିଏ ସାଟେଲାଇଟ ସେଣ୍ଟର କରାଯିବ, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, କଳାହାଣ୍ଡି, ଯାଜପୁର ,ବୌଦ୍ଧ ଦେବଗଡ଼ ଏବଂ ସୁବର୍ଣ୍ଣପୁର ଭଳି 10ଟି ସ୍ଥାନରେ ସାଟେଲାଇଟ ସେଣ୍ଟର କରାଯିବ । ସେଠି ନିରୀକ୍ଷଣ ଶଯ୍ୟା ରହିବ ସ୍ପେସିଅଲିଷ୍ଟ ଡାକ୍ତର ରହିବେ । ବରଗଡ଼ରେ ଗୋଟିଏ କର୍କଟ ଡାକ୍ତରଖାନା ଆରମ୍ଭ ହୋଇଥିଲା । ବରଗଡ଼ ଜିଲ୍ଲାରେ କ୍ୟାନ୍ସର ରୋଗୀ ସଂଖ୍ୟା ଅଧିକ । ସବୁ ଜିଲ୍ଲା ହେଡକ୍ଵର୍ଟେରରେ କ୍ୟାନ୍ସର ଟ୍ରିଟମେଂଟ ପାଇଁ କେମୋ ଥେରାପି ଦିଆଯିବ । ସ୍ପେସିଆଲିଷ୍ଟ ପଦବୀ ବ୍ୟବସ୍ଥା କରାଯିବ । ସ୍ପେସିଆଲ ମୋଡ଼ରେ ସମଗ୍ର ରାଜ୍ୟର କ୍ୟାନ୍ସର ଟ୍ରିଟମେଣ୍ଟ ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ- 6 ବର୍ଷରେ ରାଜ୍ୟରେ 8159 ବାଲ୍ୟ ବିବାହ ଓ 328 ଶିଶୁ ଶ୍ରମିକ ଉଦ୍ଧାର; ନବରଙ୍ଗପୁରରେ ସର୍ବାଧିକ ବାଲ୍ୟ ବିବାହ - ODISHA ASSEMBLY BUDGET SESSION 2025

ସହର ଭିତରେ ଜେଲ ଖାନା, ସହର ବାହାରେ ଡାକ୍ତର ଖାନା-
ବରଗଡ଼ର ପୁରୁଣା ଡାକ୍ତର ଖାନା ଶ୍ରୀହୀନ ହୋଇ ପଡିଥିବା କହି ଏଭଳି ଉଦବେଗ ପ୍ରକାଶ କଲେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ । ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବାକୁ କଣ ବ୍ୟବସ୍ଥା ହୋଇଛି ପ୍ରଶ୍ନ କଲେ ବିଧାୟକ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତରରେ କହିଛନ୍ତି କି ପୁରୁଣା ଡାକ୍ତର ଖାନାକୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ବଜେଟରେ ନୂଆ ପ୍ଲାନ କରାଯାଉଛି ।

ମନ୍ତ୍ରୀ ନେଇ ଗଲେ ବିଧାୟକଙ୍କ ଡାକ୍ତର-
ବିଧାୟକଙ୍କ ପସନ୍ଦର ଡ଼ାକ୍ତରକୁ ସିଡିଏମଓ କରି ନିଜ ଜିଲ୍ଲାକୁ ନେଇ ଗଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭଲ ଡାକ୍ତରଙ୍କୁ ସିଡିଏମଓ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିଧାୟକ ଅମରେନ୍ଦ୍ର ଦାସ ପ୍ରସ୍ତାବ ଦେଇଥିଲେ । ମାତ୍ର ସମ୍ପୃକ୍ତ ଡାକ୍ତରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଜିଲ୍ଲାର ସିଡିଏମଓ କରିନେଇଗଲେ । ଯାହାକୁ କାମ ଚଳା ସିଡିଏମଓ କଲେ ସେ ଦୁଇ ମାସରେ ଅବସର ନେଲେ ଏବେ ଖାଲି ପଡିଛି । ଗୃହରେ କ୍ଷୋଭ ପ୍ରକାଶ କଲେ ବିଧାୟକ ଅମରେନ୍ଦ୍ର ଦାସ । ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଡାକ୍ତର ଏବଂ ପାରା ମେଡିକାଲ ଅଭାବ ରହିଛି । ସରକାର ଖୁବ୍ ଶିଘ୍ର ଏହି ପଦବୀ ପୁରଣ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.