thumbnail

By

Published : Jul 27, 2023, 2:09 PM IST

ETV Bharat / Videos

ସମବାୟ ସମିତିରେ ତାଲା ପକାଇଛନ୍ତି ନିଲମ୍ବିତ ସମ୍ପାଦକ, ଧାରଣାରେ ଚାଷୀ

ଭଦ୍ରକ: ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ଦୀର୍ଘ ମାସ ହେଲା ଝୁଲୁଛି ତାଲା । ନିଲମ୍ବିତ ସମ୍ପାଦକ ସମବାୟ ସମିତିରେ ତାଲା ପକାଇ ଦେଇଥିବାରୁ ସମସ୍ୟା ଭୋଗୁଛନ୍ତି ଚାଷୀ । ସମବାୟ ସମିତି ଖୋଲିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଚାଷୀ । ବୁଧବାର ଶ୍ୟାମସୁନ୍ଦରପୁର ପଞ୍ଚାୟତର ଚାଷୀ ମାନେ ଚାଷୀ ନେତା ଭୀମସେନ ବାରିକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଅନଶନ ଆରମ୍ଭ କରିଛନ୍ତି । ଏହି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ କରାଯିବା ପରେ ଅନ୍ୟ ଜଣେ ସମ୍ପାଦକଙ୍କୁ ଏହି ଦାୟିତ୍ବ ତୁଲାଇବା ପାଇଁ ଦିଆଯାଇଛି । ହେଲେ ନିଲମ୍ବିତ ସମ୍ପାଦକ ସେବା ସମବାୟ ସମିତିରେ ଚାବି ପକାଇ କୌଣସି ଦାୟିତ୍ଵ ନୂଆ ସମ୍ପାଦକଙ୍କୁ ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ମାନେ ଋଣ ପାଇ ପାରୁ ନାହାନ୍ତି କି ପୂରଣ ଋଣର ନବୀକରଣ କରି ପାରୁନାହାନ୍ତି । 

ଏହା ମଧ୍ୟ ପଢନ୍ତୁ-ଦୁଇ ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ, ଆନ୍ଦୋଳନ ଚେତାବନୀ ଦେଲା କର୍ମଚାରୀ ସଂଘ

ସେହିପରି ଫସଲ ବୀମା, ଧାନ କିଣା ଅନଲାଇନ୍ ଆଦି କରିନପାରି ଶହ ଶହ ଚାଷୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଶେଷରେ ଧାରଣା ଦେବା ପରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.