Watch: ଦୀପାବଳିରେ ଆଲୋକିତ ଶିରିଡ଼ି ସାଇ ମନ୍ଦିର, ଦାୟିତ୍ବ ନେଇଥିଲେ ଓଡ଼ିଆ ଯୁବକ - ମହାରାଷ୍ଟ୍ର ପ୍ରସିଦ୍ଧ ସିରିଡି ସାଇ ମନ୍ଦିରରେ ଦୀପାବଳି
🎬 Watch Now: Feature Video
Published : Nov 12, 2023, 9:34 PM IST
ମୁମ୍ବାଇ: ଆଲୋକର ପର୍ବ ଦୀପାବଳିରେ ଆଲୋକିତ ହୋଇଉଠିଛି ମହାରାଷ୍ଟ୍ର ପ୍ରସିଦ୍ଧ ସିରିଡି ସାଇ ମନ୍ଦିର । ପରମ୍ପରା ଅନୁସାରେ ଦୀପାବଳି ଅମାବାସ୍ୟାରେ ମନ୍ଦିରରେ ପାରମ୍ପରିକ ଢଙ୍ଗରେ ପୂଜାର୍ଚ୍ଚନା କରିଛନ୍ତି ପୂଜକ । ଆଜି ସନ୍ଧ୍ୟାରେ ମନ୍ଦିରରେ ଲକ୍ଷ୍ମୀ କୁବେର ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଅନ୍ୟପଟେ କିଛି ଶ୍ରଦ୍ଧାଳୁ ସାଇ ବାବାଙ୍କ ମନ୍ଦିରରେ ଦୀପ ଜାଳି ଦୀପାବଳି ପାଳିଛନ୍ତି । ସେପଟେ ଦୀପାବଳି ପାଇଁ ମନ୍ଦିର ପରିସରରେ ଥିବା ସମାଧି ମନ୍ଦିର, ଗୁରୁସ୍ଥାନ, ଦ୍ବାରକାମୟୀ, ଚାଭାଡିକୁ ମଧ୍ୟ ଦୀପରେ ଆଲୋକିତ କରାଯାଇଛି । ଏହାସହିତ କୁସୁମ ଫୁଲରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଚଳିତ ବର୍ଷ ଦୀପାବଳି ପର୍ବରେ ମନ୍ଦିରର ଆଲୋକୀକରଣ ଦାୟିତ୍ବ ନେଇଛନ୍ତି ଭୁବନେଶ୍ବର ବାସିନ୍ଦା ତଥା ଓଡ଼ିଆ ଯୁବକ ଦାସ ଗୁପ୍ତା । ଯିଏକି ଜଣେ ସାଇ ଭକ୍ତ ହୋଇଥିବା ବେଳେ ମନ୍ଦିରର ଆଲୋକୀକରଣର ଦାୟିତ୍ବ ନେଇଛନ୍ତି । ସେ ଓଡ଼ିଶାରେ ସାଇ ମନ୍ଦିରରେ ଦୀପ ଜାଳି ପ୍ରତିବର୍ଷ ଏହି ପର୍ବକୁ ପାଳନ କରିଥାନ୍ତି, ହେଲେ ଚଳିତ ବର୍ଷ ତାଙ୍କୁ ଏହି ଦାୟିତ୍ବ ମିଳିଥିବା ବେଳେ ସେ ଏଠାରେ ବେଶ ଆନନ୍ଦର ସହିତ ଦୀପାବଳି ପାଳିଥିବା କହିଛନ୍ତି ।