Digital Dialogue: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବ ପାଇଁ ଶାଳିନତା ପୋଷାକ ନିୟମ: ପ୍ରଦ୍ୟୁମ୍ନ ଶତପଥୀ - ଇଟିଭି ଭାରତ ଡିଜିଟାଲ ଡାଇଲଗ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 14, 2023, 4:28 PM IST

ଭୁବନେଶ୍ବର: ଅନ୍ତରଆତ୍ମା ସହିତ ମନର ମିଳନ ହେବା ଦରକାର । ପୋଷାକରେ କିଛି ନାହିଁ । ପୋଷାକରେ ଶାଳିନତା ଭକ୍ତର ଭକ୍ତି ଭାବରେ କୌଣସି ପରିବର୍ତ୍ତନ ଆଣିପାରିବ ନାହିଁ । ପୋଷାକରେ କିଛି ନଥାଏ । ପୋଷାକରେ ଶାଳିନତା ଭକ୍ତର ଭକ୍ତି ଭାବରେ କୌଣସି ପରିବର୍ତ୍ତନ ଆଣିପାରିବ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ ନେଇ ଶାଳିନତା ପୋଷାକ ଅପରିହାର୍ଯ୍ୟ ହେବାକୁ ଯାଉଥିବା ବେଳେ ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ବିରୋଧରେ ଯାଇ ଏହା କହିଛନ୍ତି ଓଡିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ । ପ୍ରଦ୍ୟୁମ୍ନ ଆହୁରି କହିଛନ୍ତି ଏପରି ନିୟମ ଆଣିବା ତୋଗଲକ ମାନସିକତା । ଅନ୍ୟାନ୍ୟ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏପରି ଏକ ନିର୍ଦ୍ଦେଶନାମା ଆସିଛି । ଏଥିରେ କୌଣସି ବାସ୍ତବତା ନାହିଁ । ରତ୍ନଭଣ୍ଡାରର ଚାବି କୁଆଡେ ଗଲା ? କେବେ ଖୋଲିବ ରତ୍ନ ଭଣ୍ଡାର, ସେବାୟତଙ୍କ ମଧ୍ୟରେ ଶୃଙ୍ଖଳା କେବେ ଆସିବ ? ସେବାୟତମାନେ କେବେ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରିବେ ? ଏହି ତମାମ ପ୍ରଶ୍ନକୁ ଏଡାଇବା ପାଇଁ ଡ୍ରେସକୋଡ ଲାଗୁ ହୋଇଛି । ଭକ୍ତଙ୍କ ନଜର ହଟାଇବା ପାଇଁ ଏହି ନୂଆ ନିୟମ ଅଣାଯାଇଛି । ଶ୍ରୀମନ୍ଦିର କୌଣସି ପାର୍କ ବା ସମୁଦ୍ରକୂଳ ନୁହେଁ, କିମ୍ବା କୌଣସି ଶିକ୍ଷାନୁଷ୍ଠାନ ନୁହେଁ ଯେଉଁଠାରେ ଏକ ଡ୍ରେସ କୋଡ ରହିବ । ବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ଲାଗିବା ଉଚିତ ନୁହେଁ । ଦେଖନ୍ତୁ  ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.