Digital Dialogue: ଇଣ୍ଟରଲକିଂରେ ବାହ୍ୟଶକ୍ତି ହସ୍ତକ୍ଷେପ ହୋଇଛି: ପୂର୍ବତନ ରେଳବାଇ ଅଧିକାରୀ ସୁଧାଂଶୁ ମିଶ୍ର - ଚିଫ ସେଫଟି ଅଫିସର ସୁଧାଂଶୁ ମିଶ୍ର
🎬 Watch Now: Feature Video
ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ଦୁର୍ଘଟଣାକୁ ବିତିଲା 8ଦିନ । ଏବେବି ଆଖିରୁ ଶୁଖୁନି ଲୁହ । ଘଟଣା ପୁରା ରାଜ୍ୟବାସୀ ସମେତ ସାରା ବିଶ୍ବକୁ ଦୋହଲାଇ ଦେଇଛି । ସରକାରୀ ଭାବେ ଦୁର୍ଘଟଣାରେ 288ଜଣ ପ୍ରାଣ ହରାଇଛନ୍ତି । ହଜାରରୁ ଅଧିକ ଆହତ ହୋଇଛନ୍ତି । ଏବେବି ମୃତକଙ୍କ ପରିଚୟ ଖୋଜା ଚାଲିଛି। ରାଜ୍ୟ ସମେତ ବିଭିନ୍ନ ରାଜ୍ୟରୁ ଆତ୍ମୀୟ ପରିଜନ ଆସି ନିଜ ପରିଜନଙ୍କୁ ଖୋଜୁଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ପୁରା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ବାହାନଗାରେ ପହଞ୍ଚି ପୁରା ଘଟଣାର 360 ଡିଗ୍ରୀ ତଦନ୍ତ କରୁଛି । ବଡ ପ୍ରଶ୍ନଟି ହେଲା, କାହିଁକି ହେଲା ଦୁର୍ଘଟଣା ? ଏହା ଯାନ୍ତ୍ରୀକ ତ୍ରୁଟି ପାଇଁ ନା ମନୁଷ୍ୟକୃତ । ନା ରହିଛି ବଡ ଷଡଯନ୍ତ୍ର ।
ଏହି ପ୍ରଶ୍ନର ଉତ୍ତର ଖୋଜାଚାଲିଥିବା ବେଳେ ପୂର୍ବତଟ ରେଳବାଇର ପୂର୍ବତନ ପ୍ରିନସିପାଲ ଚିଫ୍ ସେଫଟି ଅଫିସର ସୁଧାଂଶୁ ମିଶ୍ର ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଇଟିଭି ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ସୁଧାଂଶୁ କହିଛନ୍ତି ଇଣ୍ଟରଲକିଂରେ ଟାମ୍ପରିଂ ଯୋଗୁଁ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପଛର ଏହା ଏକ ମାତ୍ର ଏବଂ ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା ।