ସାଧାରଣତନ୍ତ୍ର ଦିବସରେ ସାରା ଦେଶରେ ହେବ ଆନ୍ଦୋଳନ, ରାଜରାସ୍ତାକୁ ଟ୍ରାକ୍ଟର ଧରି ଓହ୍ଲାଇବେ ଚାଷୀ - ଜାନୁୟାରୀ 26 ରେ ସାରା ଦେଶରେ ଆନ୍ଦୋଳନ ହେବ
🎬 Watch Now: Feature Video
ଭୁବନେଶ୍ବର: ଜାନୁଆରୀ 26 ରେ ସାରା ଦେଶରେ କୃଷକଙ୍କ ହେବ ବଡ ଆନ୍ଦୋଳନ । ରାଜରାସ୍ତାକୁ ଟ୍ରାକ୍ଟର ଧରି ଓହ୍ଲାଇବେ ଚାଷୀ । ଦେଶର କୋଣ ଅନୁକୋଣରେ ହେବ ଏହି ଆନ୍ଦୋଳନ । ଚାଷୀଙ୍କ 6 ଦଫା ଦାବି ମାନିନେବାକୁ ସରକାର କହିଥିବା ବେଳେ ବର୍ଷେ ପରେ ମଧ୍ୟ ଦାବି ପୂରଣ ହୋଇନାହିଁ । ସରକାର ତାଙ୍କ ଦାବି ଶୁଣୁନଥିବାରୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଯାଉଛି । ଭୁବନେଶ୍ବରରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ସଂଯୋଜକ ହାନନ ମୋହ୍ଲା । ଏନେଇ କିଷାନ ମୋର୍ଚ୍ଚା ସଂଯୋଜକ ହାନନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ୟୁରୋ ଚିଫ ଲାଲମୋହନ ପଣ୍ଡା । ଦେଖନ୍ତୁ
Last Updated : Feb 3, 2023, 8:38 PM IST