Digital Dialogue: କୋଭିଡ ସିଜନାଲ ରୋଗ ହୋଇ ରହିପାରେ: ଡା. ନିରଜ ମିଶ୍ର - କୋଭିଡ ସିଜିଓନାଲ ରୋଗ ହୋଇ ରହିବ
🎬 Watch Now: Feature Video
ଭୁବନେଶ୍ବର: ସାମ୍ପ୍ରତିକ ସମୟରେ ନୂଆ ଭ୍ୟାରିଏଣ୍ଚ ପାଇଁ କୋଭିଡ ସଂକ୍ରମଣ ଦେଶରେ ବଢୁଛି । ଓମିକ୍ରନର ନୂଆ ସବ ଭ୍ୟାରିଏଣ୍ଟ XBB 1.16 ପାଇଁ ଦେଶର କୋଭିଡ ସ୍ଥିତି ବଢୁଛି । କିନ୍ତୁ ଏହା ଧୀରେ ଧୀରେ କମିଯିବ । ବର୍ତ୍ତମାନର ଭ୍ୟାରିଏଣ୍ଟ ସେତେ ଚିନ୍ତାଜନକ ହେବ ନାହିଁ । ଦେଶବାସୀ ବାରମ୍ବାର କୋଭିଡ ସଂକଟକୁ ସାମନା କରିଛନ୍ତି । ପ୍ରାୟତଃ ସମସ୍ତେ ଟିକା ନେଇ ସାରିଛନ୍ତି । ତେଣୁ ସେତେ ସଂକଟ ହେବ ନାହିଁ । ବର୍ତ୍ତମାନ ଯାହା ଦେଖାଯାଉଛି... କୋଭିଡ ଏକ ସିଜନାଲ ଡିଜିଜ ଭାବେ ଯିବ ଆସିବ । ଯେମିତି ସ୍ବାଇନଂ ଫ୍ଲୁ ଦେଶରେ ଗତ 14 ବର୍ଷ ହେଲା ରହିଛି । ଆମେ ସ୍ବାଇନ ଫ୍ଲୁ ସହିତ ରହିଛେ । କୋଭିଡ ମଧ୍ୟ ସେଭଳି ହୋଇପାରେ । ବର୍ତ୍ତମାନର ଭ୍ୟାରିଆଣ୍ଟ 60 ବର୍ଷରୁ ଅଧିକ ତଥା ବରିଷ୍ଠ ନାଗରିକ ଓ ବହୁବିଧ ରୋଗରେ ପୀଡିତଙ୍କ ପାଇଁ କିଛି ସମସ୍ୟା ହୋଇପାରେ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରଜ ମିଶ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।