Digital Dialogue:ପୋଲିସ ଚାପରେ ଯୁବ ମୋର୍ଚ୍ଚା ଚୁପ ରହିବ ନାହିଁ: ଅର୍ପିତା ବଡଜେନା - ଇଟିଭି ଭାରତ ଡିଜିଟାଲ ଡାଇଲଗ
🎬 Watch Now: Feature Video
ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ପଛରେ ଏକ ଷଡଯନ୍ତ୍ର ରହିଛି । ଜଣେ ପୋଲିସ କର୍ମୀ ଏକୁଟିଆ ମାରି ପାରିବ ନାହିଁ। ଏହାକୁ ଖୋଜି ବାହାର କରିବା ହେଉଛି କ୍ରାଇମବ୍ରାଞ୍ଚ କାମ। ହତ୍ୟାକାରୀ ପାଗଳ କି ନୁହେଁ ଏହା ପ୍ରମାଣ କରିବାକୁ ପୋଲିସକୁ ମାସେ ସମୟ ଲଗିଗଳାଣି । କ୍ରାଇମବ୍ରାଞ୍ଚ କେବଳ କାହାଣୀ ରଚନା କରୁଛି। ତଦନ୍ତ ଠିକ ବାଟରେ ଯାଉନାହିଁ। ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଓଡିଶା ଶାଖା ଶାନ୍ତିପୂର୍ବ ଭାବେ ଆନ୍ଦୋଳନ କରୁଥିଲେ । ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଆମକୁ ଆକ୍ରମଣ କଲା । କିଏ କାହାକୁ ଟେକା ମାରିଛି ତାର ଭିଡିଓ ଅଛି। ପୋଲିସ ବିଜେଡି କର୍ମୀ ସାଜିଛି । । ଆମେ ସାରା ରାଜ୍ୟରେ ଏତଲା ଦେଉଛୁ । କିନ୍ତୁ ପୋଲିସ ଏତଲା ରଖୁନାହିଁ । ପୋଲିସ ଅସହାୟତା ପ୍ରକାଶ କରିଛି । ଆମେ ଚାହୁଁ ନବ ଦାସଙ୍କ ପରିବାରକୁ ନ୍ୟାୟ ମିଳୁ। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ। ପ୍ରଶାସନର ରାଜନୀତିକରଣ ହେଉଛି। ପୋଲିସର ଓକିଲାତି କରୁଛନ୍ତି ବିଜେଡି ନେତା। ପୁରା ଶାସନ ତନ୍ତ୍ରକୁ ନେଇ ପ୍ରଶ୍ନ ଉଠିଛି । ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅର୍ପିତା ଅପରାଜିତା ବଡଜେନା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।