thumbnail

By ETV Bharat Odisha Team

Published : Oct 23, 2023, 12:08 PM IST

ETV Bharat / Videos

ଗୁରୁତ୍ୱପୂର୍ଣ୍ଣ ଥିଲା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌, ଏମିତି ଆକଳନ କରିଥିଲେ ସୁରେନ୍ଦ୍ର ଭାବେ

ହାଇଦ୍ରାବାଦ: ବିଶ୍ବକପରେ ବିଜୟ ଧାରା ଜାରି ରଖିଛି ଭାରତ । ପଞ୍ଚମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ରହିଛି । ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ବିଜୟୀ ହେବାକୁ ପଡିବ ବୋଲି ମ୍ୟାଚ ପୂର୍ବରୁ ବିସିସିଆଇର ପୂର୍ବତନ ଚୟନକର୍ତ୍ତା ସୁରେନ୍ଦ୍ର ଭାବେ ମତ ରଖିଥିଲେ। ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସୁରେନ୍ଦ୍ର ଭାବେ କହିଥିଲେ ଯେ, ଭାରତ ପାଇଁ ଆଗାମୀ ତିନୋଟି ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ। ନ୍ୟୁଜିଲାଣ୍ଡ, ଦକ୍ଷିଣ ଆପ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ଭାରତ ମ୍ୟାଚ ଖେଳିବ। ଏହି ତିନୋଟି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କଲେ ଭାରତ ସେମିଫାନାଲରେ ପହଞ୍ଚିବ । ନ୍ୟୁଜିଲାଣ୍ଡ ଓ ଭାରତର ବିଶ୍ବକପରେ ଭଲ ପ୍ରଦର୍ଶନ ରହିଥିବାରୁ ଏହି ଦୁଇ ଟିମ୍‌ ଫାଇନାଲରେ ପହଞ୍ଚିବା ଆଶା କରାଯାଉଛି । ଚଳିତ ବିଶ୍ବକପରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁଁ ଅନେକ ପରିବର୍ତ୍ତନ ମୁଁ ଦେଖୁଛି ।  ଭାରତୀୟ ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ଭଲ ରହିଛି ।  

ଏହା ମଧ୍ୟ ପଢନ୍ତୁ-World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗର ଫାଇଦା ଉଠାଇଲେ ସାମି, ପ୍ରଶଂସା କଲେ ରୋହିତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.