ETV Bharat Interview: ‘କଂଗ୍ରେସ ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ’

By

Published : Apr 27, 2023, 6:32 PM IST

thumbnail

ଭୁବନେଶ୍ବର: କଂଗ୍ରେସ ହିଁ ଓଡ଼ିଶାର ଏକମାତ୍ର ବିକଳ୍ପ । କଂଗ୍ରେସ ଓଡ଼ିଶାରେ ଗଣତନ୍ତ୍ର ପ୍ରତିଷ୍ଠା କରିପାରିବ। କଂଗ୍ରେସ ସତ୍ୟର ରଣନୀତି ପ୍ରସ୍ତୁତ କରୁଛି । ସରକାରୀ କଳର ଅପବ୍ୟବହାର କରୁଥିବା ବିଜେଡି ସରକାରର ମିଛ ଲୋକଙ୍କ ସାମ୍ନାକୁ ଆଣିବ କଂଗ୍ରେସ । ଓଡିଶାବାସୀଙ୍କୁ ଭୁଆଁ ବୁଲାଯାଉଛି ବୋଲି ଆଜି ଇଟିଭି ଭାରତ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସେ ଇଟିଭି ଭାରତ ସହିତ ଆଲୋଚନା କରି ଏହି ପ୍ରତିକ୍ରିୟା ଦେଇଛନ୍ତି ।  

ସେ କହିଛନ୍ତି, "ଦଳ ପକ୍ଷରୁ ୯ରୁ ୯୦ ଲକ୍ଷ୍ୟ ରଖାଯାଇଛି । ଏହି ସ୍ଲୋଗାନକୁ ପୂର୍ଣ୍ଣ ସମର୍ଥନ କରୁଛି । ୯୦ଟି ଆସନରେ କଂଗ୍ରେସ ଜିତିବା କୌଣସି ଅସମ୍ଭବ ନୁହେଁ। ଶାସକ ଦଳକୁ ପ୍ରତିହତ କରି କଂଗ୍ରେସ ୨୦୨୪ରେ ଆଗକୁ ବଢିବ। ଲୋକମାନଙ୍କୁ କହିବା ଅପେକ୍ଷା ଲୋକମାନେ ପଚାରିଲେଣି ଆପଣମାନେ ପ୍ରସ୍ତୁତ ଅଛନ୍ତି ତ ? କଂଗ୍ରେସ ପକ୍ଷରୁ ଏକ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଉଛି । ଲୋକଙ୍କ ପାଖକୁ ଗଲେ ଲୋକମାନେ କହିଛନ୍ତି ଆପଣ ପ୍ରସ୍ତୁତ ହୁଅନ୍ତୁ । ଆମେ କଂଗ୍ରେସ ଉପରେ ଭରସା କରିବୁ। ଲକ୍ଷ୍ୟ ରହିଛି ଲୋକଙ୍କ ପାଖରେ ସରକାରଙ୍କ ବାସ୍ତବ ଛବି ପହଞ୍ଚାଇବୁ । ଏହା ଏକ ଗୁରୁଦାୟିତ୍ବ। ଦଳରେ ମତାନ୍ତର ଥାଇପାରେ ହେଲେ ମନାନ୍ତର ନାହିଁ । ତେଣୁ ଦଳକୁ ଏକଜୁଟ କରି ଆଗକୁ ବଢିବ କଂଗ୍ରେସ।  

ଏହା ବି ପଢନ୍ତୁ- ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଉନାହାନ୍ତି କହିଲେ ବିଜୟ

ସେ ଆହୁରି କହିଛନ୍ତି, "ମୁଁ ଯାହା ଘରକୁ ଯାଉଛି ସମସ୍ତଙ୍କ ଭିତରେ ସେ ଭାବନା ଅନୁଭବ କରୁଛି । ମହାନଦୀ ଜଳ ବିବାଦରେ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଫଳରେ ଆଜି ମହାନଦୀ ଶୁଖିଲା ପଡିଛି। କଂଗ୍ରେସରେ ବହୁ ଅଭିଜ୍ଞ ସମ୍ପନ୍ନ ନେତା ଅଛନ୍ତି । ସମସ୍ତେ ଏକାଠି ହୋଇ ଆଗକୁ କାମ କରିବା ଦରକାର । ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକମାନଙ୍କ ନିକଟରେ ଠିକ ଭାବରେ ଉପସ୍ଥାପନ କରି ଜନସାଧାରଣଙ୍କୁ ସଚେତନ କରେଇବ କଂଗ୍ରେସ । ଯାହା ଆଗାମୀ ଦିନରେ ଭୋଟରେ ରୂପାନ୍ତରିତ ହେବ ।" ଏଭଳି ଅନେକ ଦିଗରେ ଇଟିଭି ଭାରତ ସହିତ କଥା ହୋଇଛନ୍ତି ବିଜୟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.