'ପାଶ୍ଚାତ୍ୟ ସଂସ୍କୃତିକୁ ନ ଆପଣାଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣାନ୍ତୁ ଯୁବ ସମାଜ'

🎬 Watch Now: Feature Video

thumbnail

ଝାରସୁଗୁଡ଼ା: ଜିଲ୍ଲାରେ ଜଗତଗୁରୁ କୃପାଳୁଦାସଙ୍କ ପୌତ୍ର ଶ୍ରୀନୀଳମଣି କୃପାଳୁଦାସ । ଇଟିଭି ଭାରତରେ ଯୋଗ ଦେଇ ସେ ସନାତନ ଧର୍ମର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ଯୁବପୀଢିଙ୍କୁ ଏ ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ପାଶ୍ଚାତ୍ୟ ସଂସ୍କୃତିକୁ ନ ଆପଣାଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣାନ୍ତୁ ଯୁବ ସମାଜ । ବିଶ୍ବ ଦରବାରରେ ଭାରତ ବିଶ୍ବ ଗୁରୁ ସମ୍ମାନ ପାଇଥିବା ବେଳେ ସମଗ୍ର ବିଶ୍ବ ବର୍ତ୍ତମାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆପଣାଉଥିବା ବେଳେ ଦେଶର ଯୁବ ସମାଜ ଦିଗହରା ହେଉଛି । ନିଜ ଧର୍ମକୁ ନ ଭୁଲିବାକୁ ସେ ଯୁବପୀଢିଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ନିଜ ଯୁବାବସ୍ଥାରେ ସେ ସର୍ବପୁରତାନ ସନାତନ ଧର୍ମକୁ କିପରି ଆପଣାଇଲେ ସେ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ଗଣମାଧ୍ୟମ ପ୍ରତିନିଧି ଗୁରୁଚରଣ ବାଘ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.