ରେଲୱେ ସର୍ଭେ କରିବାକୁ ଯାଇଥିଲେ, ନଦୀରେ ବୁଡି ଇଞ୍ଜିନିୟରଙ୍କ ମୃତ୍ୟୁ - ନଦୀରେ ଗାଧେଇବା ହେଲା କାଳ

🎬 Watch Now: Feature Video

thumbnail

By

Published : May 28, 2023, 9:36 PM IST

ନବରଙ୍ଗପୁର: ନଦୀରେ ଗାଧେଇବା ହେଲା କାଳ । ପ୍ରଚଣ୍ଡ ଗରମ ଯୋଗୁଁ ନଦୀରେ ଗାଧେଇବା ବେଳେ ବୁଡିଗଲେ ଇଞ୍ଜିନିୟର । ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ରେଲୱେ ସର୍ଭେ କରିବାକୁ ଆସିଥିବା କର୍ମଚାରୀମାନେ ଗାଧୋଇବା ପାଇଁ ଇନ୍ଦ୍ରାବତୀ ନଦୀକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ମଧ୍ୟରୁ ଜଣେ ହଠାତ ଗଭୀର ପାଣି ଭିତରକୁ ପଶି ଯାଇଥିଲେ । ପାଣିରେ ବୁଡିଯିବା ଦେଖି ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତ ଇଞ୍ଜିନିୟର ଜଣକ ଦୁର୍ଗେସ ବ୍ରହ୍ମା ହୋଇଥିବା ବେଳେ ଘର ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ସେ କୋରାପୁଟ ଜିଲ୍ଲା ଜୟପୁର ସହରର ନିଳାଚଳ ନଗରରେ ବାସ କରୁଥିଲେ ।  ନବରଙ୍ଗପୁରରେ ରେଲୱେ ସର୍ଭେ ନିମନ୍ତେ ଆସିଥିବା ବେଳେ ଏଭଳି ଘଟଣା ଘଟିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି  ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.