Smart Helmet: ଖରା ବର୍ଷାରୁ ରକ୍ଷା କରିବ ସ୍ମାର୍ଟ ହେଲମେଟ, ମୁଣ୍ଡକୁ ରଖିବ କୁଲ୍ - ସମ୍ବଲପୁର ର ଯୁବ ଇଞ୍ଜିନିୟର ଆଶିଷ ମହାନା

🎬 Watch Now: Feature Video

thumbnail

By

Published : May 12, 2023, 9:58 PM IST

ସମ୍ବଲପୁର: ଖରାରେ ବାହାରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଏକ ନିଆରା ହେଲମେଟ ତିଆରି କରିଛନ୍ତି ସମ୍ବଲପୁରର ଯୁବ ଇଞ୍ଜିନିୟର ଆଶିଷ ମହାନା l ସେ ଅତି କମ୍ ଖର୍ଚ୍ଚରେ ଏମିତି ଏକ ସ୍ମାର୍ଟ ହେଲମେଟ ତିଆରି କରିଛନ୍ତି ଯାହା ଜଣକୁ ଉଭୟ ଖରା ଓ ବର୍ଷା ରୁ ରକ୍ଷା କରିବା ସହ ଆରାମ ପ୍ରଦାନ କରିବ l ସମ୍ବଲପୁର ରମ୍ପେଳା ଗାଁର ଆଶିଷ ଏହି ହେଲମେଟ ତିଆରି କରି ଏବେ ଚର୍ଚ୍ଚାରେ । ତେବେ ଏହି ହେଲମେଟଟି ଦେଖିବାକୁ  ସାଧାରଣ ଲାଗୁଥିଲେ ମଧ୍ୟ ଟାଣ ଖରାରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହା ବହୁ ଉପାଦେୟ l ଏହି ହେଲମେଟରେ ଏକ ଛୋଟ ଫ୍ୟାନ ଲାଗିଥିବା ବେଳେ ଏହାର ସମ୍ମୁଖରେ ଏକ ଲାଇଟ ଲାଗିଛି l ଏହା ବ୍ୟତୀତ ଏଥିରେ ଆବଶ୍ୟକତା ଅନୁସାରେ ଏକ ଛୋଟ ଛତା ମଧ୍ୟ ଫିଟ ହୋଇ ପାରିବ l ଫଳରେ ଟାଣ ଖରାରେ କାର୍ଯ୍ୟ କରୁଥିବା ଜଣେ ଫିଲଡ ଇଞ୍ଜିନିୟର, ସୁପର ଭାଇଜର ଅଥବା ଟ୍ରାଫିକ ପୋଲିସ ଏହାକୁ ମୁଣ୍ଡରେ ଲଗାଇ ଖରା, ବର୍ଷା ରୁ ରକ୍ଷା ପାଇ ପାରିବ l ଏହା ସହ ଏଥିରେ ଥିବା ଫ୍ୟାନ ଜଣକୁ ଟାଣ ଖରାରୁ ଆରାମ ଦେଇ ପାରିବ l ଏହି ଫ୍ୟାନ ତିଆରି ପାଇଁ ମାତ୍ରା 500 ଟଙ୍କା ଖର୍ଚ୍ଚ କରିଛନ୍ତି ଆଶିଷ l ଏଥିରେ ଏକ ରବର ଫ୍ୟାନ, ସାଇକେଲ ବ୍ରେକ ପାଇପ ର କିଛି ଅଂଶ, ଟର୍ଚ୍ଚ ଲାଇଟ ର ହେଡ଼ ଓ ଏକ ମୋବାଇଲ ବ୍ୟାଟେରୀ ର ବ୍ୟବହାର କରିଛନ୍ତି  l ତେବେ ସେ ଯେଉଁ ହେଲମେଟ ତିଆରି କରିଛନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ଅଥବା କୌଣସି ସଂସ୍ଥା ଯୋଗାଯୋଗ କରି ନାହାଁନ୍ତି l ଯୋଗାଯୋଗ କଲେ ନିଶ୍ଚୟ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି l  

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.