ଢେଙ୍କାନାଳରେ ଆତଙ୍କ ଖେଳାଇଛି ଗୋଠଛଡା ଦନ୍ତା - Elephant Terror Increase In Denkanal

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 7, 2023, 7:09 AM IST

ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ରେଞ୍ଜର ସାନ୍ଦା ଫାଣ୍ଡି ନିକଟରେ ବୁଲୁଛି ଏକ ଗୋଠଛଡା ଦନ୍ତା ହାତୀ । ଯାହାକୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ସୂଚନା ମୁତାବକ ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ସାନ୍ଦା ଫାଣ୍ଡି ନିକଟ ଦେଇ ଏକ ଦନ୍ତା ହାତୀ ହଠାତ୍‌ ପଶି ଆସିଥିଲା । ତେବେ ଏନେଇ ଫାଣ୍ଡି ସମ୍ମୁଖରେ ଥିବା ଲୋକମାନେ ଭୟଭୀତ ହୋଇ  ହୋଇ ଦୌଡ଼ି ପଳାଇ ଥିଲେ । ବର୍ତ୍ତମାନ ହାତୀଟି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବାବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଏହି ଘଟଣା ପରେ ଗ୍ରାମବାସୀ  ନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀଟିର ଗତିବିଧି ଉପରେ କଡା ନଜର ରଖିଛି । ଗ୍ରାମ ଭିତରକୁ ହାତୀ ପଶି ଆସିବା ଭୟରେ ଲୋକମାନେ ତାଟି କବାଟ ପକାଇ ଘର ଭିତରେ ରହୁଥିବା ଜଣାପଡୁଛି ।

ସେହିପରି ଗତ ସୋମବାର ଦିନ ଭୁବନ ଅଞ୍ଚଳରେ ଗୋଠଛଡା ଦନ୍ତାର ଉତ୍ପାତ କରୁଥିବାରୁ ଭୟଭୀତ ହୋଇ ରହିଛନ୍ତି ଗ୍ରାମବାସୀ । ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପଞ୍ଚାୟତର କିର୍ତ୍ତନପୁର ଓ କଞ୍ଚନବାହାଳୀ ଗ୍ରାମରେ ଗୋଠଛଡା ଦନ୍ତାର ଉତ୍ପାତ । ଗତ ମଙ୍ଗଳବାର ମଧ୍ୟ ରାତିରୁ ଗନ୍ଦିଆ ବ୍ଲକ ଦଲାର ଓ ହରିପୁର ଗ୍ରାମ ନିକଟ ପାହାଡରୁ ବ୍ରାହ୍ମଣୀ ନଦୀ ପାରହୋଇ ପସି ଆସିଛି ଗୋଠଛଡା ଦନ୍ତା । ପ୍ରଥମେ ଦନ୍ତାଟି ନଦୀ ପାର ହୋଇ ଭୁଷଳ ପଞ୍ଚାୟତର କିର୍ତ୍ତନପୁର ଗ୍ରାମରେ ପସି କଦଳୀ ଗଛ ଭାଙ୍ଗିବା ସହିତ ଜଣକ ଘରୁ ଧାନ ବସ୍ତା ଟେକି ନେଇ ଖାଇଥିଲା । ପରେ ସେହି ପଞ୍ଚାୟତର କଞ୍ଚନବାହାଳୀ ଗ୍ରାମରେ ପସି ମୁନି ମୁଣ୍ଡାଙ୍କ ଆମ୍ବଡାଳ ଭାଙ୍ଗିବା ସହିତ ଘରୁ ଭାତ ହାଣ୍ଡି ଟେକିନେଇ ଗୋଡରେ ଦଳି ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ..ମାସେ ହେଲାଣି ଆତଙ୍କ ରଚୁଛି ଦନ୍ତା, ଭୟରେ ଗାଁ ଲୋକଙ୍କ ଆଖିରୁ ଉଡ଼ି ଯାଇଛି ନିଦ

ପରେ ଜଗନ ମୁଣ୍ଡାଙ୍କ ଘର ବାଡକୁ ଭାଙ୍ଗିବା ସହିତ ଦିଲ୍ଲୀପ ମୁଣ୍ଡାଙ୍କ ଘର ଶୁଣ୍ଢରେ ପେଲିବା ଦ୍ବାରା ଘର କାନ୍ଥ ଫାଟିଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇ ବନବିଭାଗ ହାତୀଟିର ଗତିବିଧି ଉପରେ ନଜର ରଖିବା ସହିତ ହାତୀଟିକୁ ଘଉଡାଇବାକୁ ଉଦ୍ୟମ ଚଳେଇଛି । ତେବେ ଗୋଠଛଡା ଦନ୍ତା ହାତୀଟି କଞ୍ଚନବାହାଳୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଜଣାପଡିଛି । ଭୁବନ ଅଞ୍ଚଳରେ ବହୁ ଦିନ ପରେ ହାତୀ ପସିଥିବାରୁ ଗ୍ରାମବାସୀ ଭୟଭିତଥିବା ଜଣାପଡିଛି ।


ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.