Wedding Photoshoot: ହାତୀ ସହ ବିବାହ ଫଟୋସୁଟ ବେଳେ ଅଘଟଣ - ହାତୀ ଆକ୍ରମଣ
🎬 Watch Now: Feature Video
ଥିରୁଅନନ୍ତପୁରମ: ଆଜିକାଲି ଜୀବଜନ୍ତୁଙ୍କ ସହ ଫଟୋସୁଟ ଏକ ଟ୍ରେଣ୍ଡରେ ରହିଛି । ହେଲେ ବିପଦଜନକ ଫଟୋସୁଟ କରି ଅଘଟଣର ଶିକାର ଲୋକେ ହୋଇଥାନ୍ତି । କେରଳର ଥ୍ରୀସୁରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ମନ୍ଦିରରେ ଏକ ବିବାହର ଆୟୋଜନ ହୋଇଥିଲା । ଉତ୍ସବରେ ଅଣାଯାଇଥିବା ଏକ ହାତୀ ସହ ନବ ବିବାହିତ ଯୋଡ଼ି ଫଟୋସୁଟ କରୁଥିଲେ । ଏତିକି ସମୟରେ ହଠାତ ହାତୀଟି ହିଂସ୍ର ହୋଇଉଠିଥିଲା ଏବଂ ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ସୌଭାଗ୍ୟ ବସତଃ ନବଦମ୍ପତି ଏଥିରୁ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଜଣେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମାତ୍ର ହାତୀଠାରୁ ନିଜ ଜୀବନ ବଞ୍ଚାଇବାରେ ସେ ସଫଳ ହୋଇଛନ୍ତି । ବିବାହ ଉତ୍ସବରେ ଉପସ୍ଥିତ ଲୋକେ ହାତୀକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:33 PM IST