ରାସ୍ତାରେ ଚାଲୁ ଚାଲୁ ହାତୀର ମୃତ୍ୟୁ, ଭକ୍ତ ଦୁଃଖିତ - ହାତୀ ଲକ୍ଷ୍ମୀକୁ ମୃତ ଘୋଷଣା
🎬 Watch Now: Feature Video
ପୁଡୁଚେରୀ: ହାତୀର ମୃତ୍ୟୁରେ ଚାରିଆଡେ ଶୋକରେ ଛାୟା ଖେଳିଯାଇଛି । ହାତୀଟିକୁ ୧୯୯୬ ମସିହାରେ ଯେତେବେଳେ ୫ ବର୍ଷ ହୋଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀରମନ ତାକୁ ଏକ ଗଣେଷ ମନ୍ଦିରରେ ଛାଡିଦେଇଥିଲେ । ଆଉ ସେବେଠାରୁ ହାତୀ ସେଠାରେ ରହି ଆସିଥିଲା । ହାତୀଟିର ନାମ ଲକ୍ଷ୍ମୀ ହୋଇଥିବା ବେଳେ ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଲକ୍ଷ୍ମୀର ବିନା ଦର୍ଶନରେ କେହି ଯାଇ ନ ଥାନ୍ତି । ଘଟଣା ଅନୁଯାୟୀ ଲକ୍ଷ୍ମୀ ଆଜି ସକାଳେ ଚାଲିକି ଯିବା ସମୟରେ ହଠାତ ବେହୋସ ହୋଇଯାଇଥିଲା । ଏନେଇ ଡାକ୍ତର ଘଟଣା ସ୍ଥଳରେ ପହଞ୍ଚି ହାତୀ ଲକ୍ଷ୍ମୀକୁ ମୃତ ଘୋଷଣା କରିଥିଲେ । ଏନେଇ ଅନେକ ଶ୍ରଦ୍ଧାଳୁ ଆସି ଅଶୃପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେବା ସହ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:34 PM IST