ଶେଷରେ ଆଖି ବୁଜିଲା 3ମାସର ଅସୁସ୍ଥ ହାତୀ ଛୁଆ, ବଞ୍ଚାଇ ପାରିଲାନି ବନବିଭାଗ - ଞ୍ଚାଇ ପାରିଲାନି ବନବିଭାଗ ଓ ଚିକିତ୍ସକ ଦଳ
🎬 Watch Now: Feature Video
ରାଇରଙ୍ଗପୁର: ଅଖିବୁଜିଲା ଚିକିତ୍ସାଧୀନ ହାତୀ ଛୁଆ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ମୁଣ୍ଡାସାହିରୁ ଗୋଟିଏ ହାତୀ ଛୁଆକୁ ଉଦ୍ଧାର କରିଥିଲା ବନବିଭାଗ । ହାତୀ ଛୁଆଟି ଅସୁସ୍ଥ ଥିବାରୁ ବନବିଭାଗ ପକ୍ଷରୁ ହାତୀ ଛୁଆଟିର ଚିକିତ୍ସା କରା ଯାଉଥିଲା । ମା’ ହାତୀ ଠୁ ଅଲଗା ହେବା ପରେ ତିନି ମାସର ହାତୀ ଛୁଆଟି ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇ ପଡ଼ିଥିଲା । ଚିକିତ୍ସକଙ୍କ ଶତ ଚେଷ୍ଟା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ଆଖିଥିଲା ବୁଜିଛି ହାତୀ । ମୃତଦେହର ବ୍ୟବଚ୍ଛେଦ କରାଯାଇ ଜାମୁତି ମୁଣ୍ଡାସାହି ନିକଟରେ ବନବିଭାଗ ପକ୍ଷରୁ ପୋତି ଦିଆ ଯାଇଥିଲା । ତେବେ ଏହି ଘଟଣା ପରିବେଶବିତଙ୍କ ମନରେ ଗଭୀର ଆଘାତ ଦେଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ସୋମବାର ପ୍ରବଳ ବର୍ଷା ସମୟରେ ଛୋଟ ହାତୀଛୁଆଟିକୁ ଛାଡି ଅନ୍ୟତ୍ର ପଳାଇ ଯାଇଥିଲା ମାଆ ହାତୀ । ମଙ୍ଗଳବାର ସକାଳୁ ଗାଁ ଲୋକେ ମୁଣ୍ଡାସାହି ନିକଟରୁ ଛୁଆ ହାତୀକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ନିଜ ହେପାଜତକୁ ନେଇଥିଲେ । ହାତୀ ଛୁଆଟି ଦୁର୍ବଳ ଓ ଅସୁସ୍ଥଥିବା ପରେ ହାତୀ ଛୁଆଟିର ଚିକିତ୍ସା କରା ଯାଉଥିଲା ।
ଅଧିକ ପଢନ୍ତୁ: ଅସୁସ୍ଥ ହାତୀ ଛୁଆକୁ ଛାଡ଼ି ପଳାଇଲା ମା’, ଜାରି ରହିଛି ଚିକିତ୍ସା
ଇଟିଭି ଭାରତ, ମୟୂରଭଞ୍ଜ