୩ ବିଜେଡ଼ି ବିଧାୟକଙ୍କୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ - କଳାହାଣ୍ଡି ବିଧାୟକଙ୍କୁ ଅଣ୍ଡାମାଡ଼
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/05-09-2023/640-480-19437575-thumbnail-16x9-kalha.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 5, 2023, 10:14 PM IST
କଳାହାଣ୍ଡି: ଆଜି ପବିତ୍ର ଗୁରୁ ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଠାରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସି, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଯୋଗ ଦେବାକୁ ଯାଉଥିଲେ । ତେବେ ଏହି ସମୟରେ ସମସ୍ତ ବିଜେଡି ନେତାଙ୍କୁ ନର୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ କଳା ପତାକା ପ୍ରଦର୍ଶନ କରିବା ସହ ଅଣ୍ଡା ମାଡ କରିଥିଲେ। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି। ସେପଟେ ମାମିତା ମେହେର ହତ୍ୟା କାଣ୍ଡ ଘଟଣା, ବେକାରୀ ସମସ୍ୟା ଆଦିକୁ କେନ୍ଦ୍ର କରି ଯୁବ କଂଗ୍ରେସର କର୍ମୀମାନେ ଅଣ୍ଡାମାଡ଼ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି। ତେବେ ଏନେଇ ବିଜେଡି ବିଧାୟକମାନଙ୍କ ପ୍ରତିକ୍ରିୟା ମିଳି ପରିନଥିବା ବେଳେ ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖିଥିବା ଜଣାପଡିଛି।
ଏହା ମଧ୍ୟ ପଢ଼ନ୍ତୁ....କଳାହାଣ୍ଡି ଜିଲ୍ଲାରେ ମରୁଡି଼ ଘୋଷଣା ଦାବି ନେଇ ଗର୍ଜିଲେ ଚାଷୀ
ଇଟିଭି ଭାରତ, କଳାହାଣ୍ଡି