ରାଉରକେଲାରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜା, ମନ ମୋହୁଛି ସାଜସଜ୍ଜା - ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା ପାଳନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/24-10-2023/640-480-19843151-thumbnail-16x9-rkl.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 24, 2023, 11:56 AM IST
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର ରାଉରକେଲାରେ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ସମସ୍ତ ପୂଜା କମିଟି ପକ୍ଷରୁ ରାଉରକେଲା ସହରରେ ଦୁର୍ଗା ପୂଜାକୁ ଭବ୍ୟ ରୂପ ଦେବାକୁ ପ୍ରୟାସ କରାଯାଇଥିବା ବେଳେ ସେଥିରେ ସଫଳ ହୋଇଛନ୍ତି ରାଉରକେଲା ସହରର ସମସ୍ତ ପୂଜା କମିଟି । କାରଣ ମାଆଙ୍କ ଦର୍ଶନ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି ।
ତେବେ ରାଉରକେଲା ସହରର ସେକ୍ଟର 19 ଇସ୍ପାତ ମାର୍କେଟ, ସେକ୍ଟର 18 ସହ ସେକ୍ଟର ଛଅ ଟେଲିଫୋନ ଭବନ ପୂଜା କମିଟି ଦ୍ୱାରା ମଧ୍ୟ ଆୟୋଜିତ ହୋଇଛି ଭବ୍ୟ ଦୁର୍ଗାପୂଜା । ତେବେ ରାଉରକେଲା ସେକ୍ଟର 19 ଇସ୍ପାତ ମାର୍କେଟ ରେ ଗ୍ରୀନ ହାଉସ ତିଆରି କରି ପୂଜା କରାଯାଉଛି । ଏହି ଗ୍ରୀନ ହାଉସ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକୃତିକୁ କିଭଳି ସବୁଜ ସୁନ୍ଦର ରଖିବା । ଗ୍ରୀନ୍ ଆଣ୍ଡ୍ କ୍ଲିନ୍ ଇସ୍ପାତ ମାର୍କେଟକୁ ଫୋକସ କରି ଏହି ପେଣ୍ଡାଲକୁ ନିର୍ମାଣ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫ୍ୟୁଜନ, ପେଣ୍ଡାଲରେ ଷ୍ଟାଡିୟମର ଝଲକ
ତେବେ ଅନ୍ୟ ପକ୍ଷରେ ରାଉରକେଲା ଟେଲିଫୋନ ଭବନରେ ମଧ୍ୟ ହୋଇଛି ଆକର୍ଷଣୀୟ ପେଣ୍ଡାଲ୍ ସାଙ୍ଗକୁ ଆକର୍ଷଣୀୟ ମୂର୍ତ୍ତି । ତେବେ ଏହି ପୂଜା କମିଟିର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଖି ଝଲସିଲା ଭଳି ପେଣ୍ଡାଲ । ସ୍ନାନ ବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଖି ପୂଜାର୍ଚ୍ଚନା କରାଯାଉଛି । ତେବେ ଏହି ପେଣ୍ଡାଲକୁ ଦେଖି ଲୋକେ ମଧ୍ୟ ବହୁ ପ୍ରଶଂସା କରିଛନ୍ତି ।
ଏହାସହ ରାଉରକେଲା ସେକ୍ଟର ୧୮ ପୂଜା କମିଟ ପକ୍ଷରୁ ମଧ୍ୟ ତିଆରି କରଯାଇଛି ମହାଦେବଙ୍କ ପବିତ୍ର ଧାମ କେଦାରନାଥ ଧାମର ପେଣ୍ଡାଲ । ସମ୍ପୂର୍ଣ୍ଣ ଅବିକଳ ରୂପ ଦେଇ ଏହାକୁ ନିର୍ମାଣ କରାଯାଇଛି । ତେବେ ଶିବ ଯେଉଁଠି ଆଦି ଶକ୍ତି ସେଇଠି ଅବସ୍ଥାନ କରନ୍ତି, ତେଣୁ ଶିବଙ୍କ ମନ୍ଦିର ଭିତରେ ହରଗୌରୀଙ୍କୁ ମହା ଆଡମ୍ବରରେ ପୂଜା ଅର୍ଚ୍ଚନା କରୁଛନ୍ତି ସେକ୍ଟର ୧୮ର ପୂଜା କମିଟି । ଚଳିତ ବର୍ଷ ରାଉରକେଲା ଦୁର୍ଗା ପୂଜା କିଛି ନୂଆ ଧରଣର ହୋଇଛି । ଲୋକେ ମଧ୍ୟ ଏଥର ବିଭିନ୍ନ ପେଣ୍ଡାଲ ବହୁତ ସୁନ୍ଦର ହୋଇଥିବା ଆଲୋଚନା କରୁଛନ୍ତି ।
ଇଟିଭି ଭାରତ, ରାଉରକେଲା