ଧୁମଧାମରେ ଚାଲିଛି ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜାର୍ଚ୍ଚନା - କଳାହାଣ୍ଡିରେ ଦୁର୍ଗାପୂଜା ପାଳନ
🎬 Watch Now: Feature Video
Published : Oct 23, 2023, 8:05 AM IST
ଭବାନୀପାଟଣା: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଶାଦରୀୟ ଦୁର୍ଗାପୂଜାରେ ମାଆଙ୍କର ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା । ଗତକାଲି ମଣ୍ଡପରେ ମାଙ୍କ ଅଷ୍ଟମୀ ପୂଜା କରାଯାଇଥିବା ବେଳେ ପୀଠରେ ନବମୀ ପୂଜା କରାଯାଇଥିଲା । ଆଜି ମଣ୍ଡପରେ ନବମୀ ପୂଜା କରାଯିବ । ତେବେ ପୀଠମାନଙ୍କରେ ନବମୀ ତିଥିରେ ମାନଙ୍କ ନିକଟରେ ସ୍ଵତନ୍ତ୍ର ସନ୍ଧି ପୂଜା ପରେ ମହାପୂଜା ଅନୁଷ୍ଠିତ ହୋଇଥାଏ । ସେପଟେ ମାଆଙ୍କ ଦର୍ଶନ ପାଇଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ..ଚାନ୍ଦିରେ ଝଟକୁଛନ୍ତି ମହାମାୟା, ସୁନ୍ଦରପଦା ଓ କପିଳପ୍ରସାଦ ମଣ୍ଡପରେ ଜମୁଛି ଭିଡ
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମରେ ଚାଲିଛି । ଭବାନୀପାଟଣା ସହରରେ ୧୨ଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ସହରର ମହାବୀର ପଡ଼ା, ଇରିଗେସନ କଲୋନୀ, ମନ୍ଦାର ବଗିଚା ପଡ଼ା, ବଜାର ପଡ଼ା, ବାହାଦୁର ବଗିଚା ପଡ଼ା ଆଦି ସ୍ଥାନ ମାନଙ୍କରେ ବେଶ ଧୁମଧାରେରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ପଣ୍ଡିତଙ୍କ ମନ୍ତ୍ର ଧ୍ଵନୀରେ ଉସବ ମୁଖର ହୋଇଛି ସହର । ସାଜସଜ୍ଜା ସହ ଆଲୋକମାଳାରେ ଝଲସି ଉଠିଛି ଭବାନୀପାଟଣା ସହର। ପୂଜା ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ 5 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ସନ୍ଧ୍ୟା ୪ଟାରୁ ରାତ୍ର ୧୧ ଟା ଯାଏଁ ସହର ମଧ୍ୟରେ ଭାରି ଯାନ ପ୍ରବେଶ ଉପରେ ରୋକ ଲଗାଇଥିଲା ପୋଲିସ ।
ଇଟିଭି ଭାରତ, ଭବାନୀପାଟଣା