ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ, କୋରେଇ ଡ୍ରାଇଭର ସଂଘର ଆନ୍ଦୋଳନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 7, 2024, 7:21 AM IST

Driver Union Protest: ଯାଜପୁର: ଜିଲ୍ଲାରେ ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିବାଦ । କୋରେଇ ଡ୍ରାଇଭର ମହାସଙ୍ଘ ପକ୍ଷରୁ ନୂଆଗଡ ଗୋଲେଇ ଛକରେ କେନ୍ଦ୍ର ସରକାରଙ୍କ ନୂଆ ସଡକ ଆଇନକୁ ବିରୋଧ କରାଯାଇଛି । ପ୍ରକାଶଯୋଗ୍ୟ, ଶନିବାରଠାରୁ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସାରା ରାଜ୍ୟରେ ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି କ୍ରମରେ କୋରେଇ ଶାଖା ପକ୍ଷରୁ ନୂଆଗଡ ଗୋଲେଇ ଛକରେ ଶତାଧିକ ଡ୍ରାଇଭର ଧାରଣା ଦେଇଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ...ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ବୌଦ୍ଧରେ ଷ୍ଟିୟରିଂ ଛାଡ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ପ୍ରତିବାଦ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କ ପାଇଁ ବିଭିନ୍ନ ଯୋଜନା ଲାଗୁ କରିବାକୁ ଦେଇଥିବା ପ୍ରତିଶୃତି ପୂରଣ ହୋଇନାହିଁ । ଏହାର ପ୍ରତିବାଦରେ ମଧ୍ୟ ଶନିବାରଠାରୁ ସାରା ସାରାରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଡାକରା ଦେଇଥିଲେ । ଏହି ଆନ୍ଦୋଳନର ପ୍ରଭାବ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଡ୍ରାଇଭର ସଂଘ ଧାରଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଶନିବାର ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.