ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ପ୍ରଭାବିତ ଯାତ୍ରୀ

By ETV Bharat Odisha Team

Published : Jan 6, 2024, 8:45 PM IST

thumbnail

Protest Against  Hit And Run Law: କେନ୍ଦୁଝର: ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଆଜି ଡ୍ରାଇଭର ମହାସଂଘ କେନ୍ଦୁଝର ଶାଖା ଏବଂ ସ୍ଥାନୀୟ ଡ୍ରାଇଭର ୟୁନିୟନ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛନ୍ତି । ଏନେଇ ଡ୍ରାଇଭର ୟୁନିୟନ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାର ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ । ହିଟ ଆଣ୍ଡ ରନ ଆଇନକୁ ବିରୋଧ କରିବା ସହ ଓଡିଶା ଡ୍ରାଇଭର ମହାସଂଘର ଅନ୍ୟ ଦାବି ଗୁଡ଼ିକୁ ମଧ୍ୟ ତୁରନ୍ତ ପୂରଣ କରିବାକୁ ଡ୍ରାଇଭରମାନେ ଦାବି କରିଛନ୍ତି । ଆଜି ଆନ୍ଦୋଳନର ପ୍ରଥମ ଦିନ ତେଣୁ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି । ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ଫଳରେ ବହୁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଅଘୋଷିତ ଆନ୍ଦୋଳନ ଫଳରେ ଯାତ୍ରୀମାନେ ସକାଳୁ ବିଭିନ୍ନ ବସଷ୍ଟପ ଗୁଡ଼ିକରେ ବହୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବସ ମାଲିକମାନେ ଏହି ଆନ୍ଦୋଳନ ଯୋଗୁଁ ବସ ବନ୍ଦ କରିଛନ୍ତି । ସରକାର ଏହି ଆଇନ ଯଥାଶୀଘ୍ର ପ୍ରତ୍ୟାହାର କରିବାକୁ ଡ୍ରାଇଭର ମହାସଂଘ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଖୋର୍ଦ୍ଧାରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଇଟିଭି ଭାରତ, କେନ୍ଦୁଝର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.