thumbnail

By

Published : Oct 24, 2022, 6:06 PM IST

Updated : Feb 3, 2023, 8:29 PM IST

ETV Bharat / Videos

ରୋଗୀ ମହିଳା ହୁଅନ୍ତୁ କି ପୁରୁଷ, ଡାକ୍ତରର କାର୍ଯ୍ୟ ଚିକିତ୍ସା ଯୋଗାଇବା: Male Gynaecologist

ପାଟନା: ଗାଇନେକୋଲୋଜିଷ୍ଟ ନାମ ଆସିଲେ ଏହା ମହିଳା ଚିକିତ୍ସକଙ୍କୁ ବୁଝାଯାଏ । ଅର୍ଥାତ ଏହି ଡାକ୍ତର କେବଳ ମହିଳା ବୋଲି ବୁଝାଯାଏ । ମାତ୍ର ପୁରୁଷ ଗାଇନେକୋଲୋଜିଷ୍ଟ ମଧ୍ୟ ରହିଥାନ୍ତି । ଏହି ପୁରୁଷ ଗାଇନେକୋଲୋଜିଷ୍ଟ ଭୂମିକାରେ ଫିଲ୍ମ 'Doctor G'ରେ ଅଭିନୟ କରିଛନ୍ତି ବଲିଉଡ଼ ଆକ୍ଟର ଆୟୁଷ୍ମାନ ଖୁରାନା । ଗାଁଗହଳିରେ ମହିଳାମାନେ ପୁରୁଷ ଗାଇନେକୋଲୋଜିଷ୍ଟଙ୍କ ନିକଟରେ ନିଜ ଚିକିତ୍ସା କରାଇବା ଲାଗି ଅସହଜ ମନେ କରନ୍ତି । ଏନେଇ ଇଟିଭି ଭାରତ ସହ ବାର୍ତ୍ତାଳାପରେ ପ୍ରତିକ୍ରିୟା ରଖିଛନ୍ତି ବିହାରର ମେଲ ଗାଇନେକୋଲିଜଷ୍ଟ ଡକ୍ଟର ହିମାଂଶୁ ରାୟ । ତାଙ୍କ କହିବାନୁସାରେ " ଡାକ୍ତରର କାମ ହେଉଛି ଚିକିତ୍ସା ଯୋଗାଇବା । ସେ ମହିଳା ହୁଅନ୍ତୁ କି ପୁରୁଷ । ମହିଳା ଯେ କେବଳ ମହିଳାର ଯନ୍ତ୍ରଣା ବୁଝିପାରିବ ତାହା ନୁହେଁ । ଡାକ୍ତର ରୋଗୀର ଯନ୍ତ୍ରଣା ବୁଝିପାରେ ।" ମୁମ୍ବାଇ, ଦିଲ୍ଲୀରେ ପୁରୁଷ ଗାଇନେକୋଲିଷ୍ଟକୁ ନେଇ ସେତେଟା ସମସ୍ୟା ଦେଖାଯାଉନଥିନବା ବେଳେ ଅନ୍ୟ ସହର ବା ଗାଁରେ ଏଭଳି ସମସ୍ୟା ଦେଖାଦିଏ । ତେବେ ଆସନ୍ତୁ ଶୁଣିବା ଏନେଇ କଣ କହୁଛନ୍ତି ବିହାରର ମେଲ ଗାଇନେକୋଲିଜଷ୍ଟ ଡକ୍ଟର ହିମାଂଶୁ ରାୟ । ଡକ୍ଟର ହିଂମାଶୁ ହେଉଛନ୍ତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଡକ୍ଟର ଶାନ୍ତି ରାୟଙ୍କ ପୁତ୍ର ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.