ମୁଣ୍ଡିଆ ମାରି ବିଧାନସଭାରେ ପ୍ରବେଶ କଲେ ଡିକେ ଶିବକୁମାର, ଦେଖନ୍ତୁ ଭିଡିଓ - କର୍ଣ୍ଣାଟକ ସରକାର

🎬 Watch Now: Feature Video

thumbnail

By

Published : May 20, 2023, 9:22 PM IST

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ କଂଗ୍ରେସ ଶାସନ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ବିଧାନସଭାକୁ ମୁଣ୍ଡିଆ ମାରି ପ୍ରବେଶ କରିଛନ୍ତି ଡିକେ । ସେ ବିଧାନସଭାର ପ୍ରବେଶ ଦ୍ବାରରେ ପ୍ରଥମେ ମୁଣ୍ଡିଆ ମାରିଥିଲେ, ପରେ ସେ ବିଧାନସୌଧ ଭିତରେ ପ୍ରବେଶ କରିଥିଲେ । ଜନାଦେଶ ଆସିବାର ଦୀର୍ଘ 4 ଦିନର ଦ୍ବନ୍ଦ ପରେ ମୁଖ୍ୟମନ୍ତ୍ରୀ ଆସନ ଅଙ୍କ ଛିଡିଥିଲା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାକୁ ରାଜି ହୋଇଥିଲେ । ଆଗକୁ 2024 ସାଧାରଣ ନିର୍ବାଚନ ଆସୁଛି । ଦଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସେ ଏହି ନିଷ୍ପତ୍ତିକୁ ସ୍ବୀକାର କଲେ ବୋଲି କହିଥିଲେ ଡିକେ । ଆଜି ଉଭୟ ସିଦ୍ଧରମୈୟାଙ୍କ ସହ ଡି.କେ ଓ ଅନ୍ୟ 8 କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଦେଖନ୍ତୁ ଡି.କେଙ୍କ ବିଧାନସଭା ପ୍ରବେଶ ବେଳର ଦୃଶ୍ୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.