କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ପାଳିତ - ଶିଶୁ ମହୋତ୍ସବ ମହକ ଅନୁଷ୍ଠିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 17, 2023, 8:27 AM IST

ଫୁଲବାଣୀ: କନ୍ଧମାଳରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବିଏଡ୍ କଲେଜ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଅନେକ ଶିଶୁ ପ୍ରତିଭା ଏହି ମହୋତ୍ସବରେ ସାମିଲ ହୋଇଥିଲେ । ଜିଲ୍ଲାର ୧୫ରୁ ଅଧିକ ଶିଶୁ ଯତ୍ନ ଅନୁଷ୍ଠାନର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ତର୍କ, ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା, ଏଥର 8 ଦିନ ମହୋତ୍ସବ ବୁଲିବେ ଲୋକେ

କନ୍ଧମାଳ ଜିଲ୍ଲାର ସରକାରୀ ବିଏଡ୍ କଲେଜ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ରୁ ଅଧିକ ଶିଶୁ ଯତ୍ନ ଅନୁଷ୍ଠାନର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ତର୍କ, ପ୍ରବନ୍ଧ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବ୍ଲକ ସ୍ତରୀୟ ଏହି ପ୍ରତିଯୋଗିତା ପରେ ଫୁଲବାଣୀରେ ଜିଲ୍ଲାସ୍ତରୀୟ ଉତ୍ସବ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଏହାମଧ୍ୟ ପଢନ୍ତୁ..Indian Cinema Festival: ୧୧୦ତମ ଭାରତୀୟ ସିନେମା ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି RFC

ଜିଲ୍ଲା ଡିସିପିୟୁ ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଶିଶୁ ମହୋତ୍ସବର ଉଦଯାପନୀ ଉତ୍ସବରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ପ୍ରତିଭା ଅସୀମ ଓ ଅଦ୍ଭୁତ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଦିପ୍ତିମୟୀ ପ୍ରଧାନ, ବିଏଡ୍ କଲେଜ ଅଧ୍ୟକ୍ଷ ଈଶ୍ୱର ପଟେଲ, ପିଓ ଜୟଶ୍ରୀ ପ୍ରଧାନ, ଡିସିପିଓ ରଶ୍ମିତା କରନ୍, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ରଜତ ଦିଗାଲ, ମମତା ଦାସ, ସଦାଶିବ ପାତ୍ର, ରାମଚନ୍ଦ୍ର ପରିଡ଼ା, ପ୍ରସନ୍ନ ବିଶୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପିଓ ଆଇସି ସୁନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.