thumbnail

By

Published : May 1, 2023, 7:09 PM IST

ETV Bharat / Videos

ରଥଯାତ୍ରାରେ ଭିନ୍ନକ୍ଷମଙ୍କ ସୁଗମ ଦର୍ଶନ ବ୍ୟବସ୍ଥା ପାଇଁ ଦିବ୍ୟାଙ୍ଗ ମହାମଞ୍ଚର ଦାବି

ପୁରୀ: ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିନ୍ନକ୍ଷମମାନଙ୍କ ସୁଗମ ଦର୍ଶନ ବ୍ୟବସ୍ଥା ପାଇଁ ଦାବି କରିଛି ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ । ଏନେଇ ଦିବ୍ୟାଙ୍ଗ ମହାମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବିଗତ ବର୍ଷ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ବ୍ୟବସ୍ଥାରେ ପ୍ରଶାସନିକ ଅଧିକାରୀ, ପୋଲିସ, ସେବାୟତ ମାନଙ୍କ ମଧ୍ୟରେ ସଠିକ୍ ତାଳମେଳ ଅଭାବରୁ ଦର୍ଶନ ବ୍ୟବସ୍ଥାରେ ବାରମ୍ବାର ବାଧା ଉପୁଜିଥିଲା। ପୂର୍ବ ବର୍ଷ ଦର୍ଶନ ସମୟରେ ଦିବ୍ୟାଙ୍ଗ ମାନଙ୍କୁ କେତେବେଳେ ପୋଲିସ ଅଟକାଇ ଦେଉଥିଲା ତ କେତେବେଳେ ସେବାୟତମାନେ ଅଟକାଇ ଦେଉଥିଲେ‌ । ଏପରିକି ସେବାୟତମାନେ ଅନେକ ସମୟରେ ଏହି କାର୍ଯ୍ୟରେ ନିୟୋଜିତ ସ୍ବେଚ୍ଛାସେବୀ ଓ ଭିନ୍ନକ୍ଷମମାନଙ୍କୁ ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।  

ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇଟି ପ୍ରସ୍ତୁତି ବୈଠକ ବସିଛି  ।  ତେବେ କୌଣସି ଗୋଟିଏ ବୈଠକରେ ଭିନ୍ନକ୍ଷମ ମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଉଛି ସେନେଇ ଆଲୋଚନା ହୋଇନି  ।  ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଦିବ୍ୟାଙ୍ଗ ମହାମଞ୍ଚ ଉପାଧ୍ୟକ୍ଷ ରତ୍ନାକର ବେହେରା ଓ ସମ୍ପାଦିକା ଗଜଲକ୍ଷ୍ମୀ ରାୟ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିରରେ ଆଜି ଯାଏଁ ମଧ୍ୟ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ କୌଣସି ବିଶେଷ ବ୍ୟବସ୍ଥା ନାହିଁ । ଫଳରେ ଅନେକ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହେଉଛନ୍ତି । ଭାରତର ବିଭିନ୍ନ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବିଶେଷ ବ୍ୟବସ୍ଥା ଥିବା ବେଳେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯିବାକୁ ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ ଦାବି କରିଛି।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.