ଡିସେମ୍ବର ୨୬ରୁ ରାଉରକେଲାରୁ କଲିକତାକୁ ଉଡିବ ସିଧାସଳଖ ବିମାନ

By ETV Bharat Odisha Team

Published : Dec 17, 2023, 5:18 PM IST

thumbnail

ରାଉରକେଲା: ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର । ରାଉରକେଲାରୁ ସିଧାସଳଖ କଲିକତାକୁ ଉଡିବ ବିମାନ । ବିମାନରେ ବର୍ତ୍ତମାନ ରାଉରକେଲାରୁ କଲିକତାକୁ ଯାତ୍ରା କରିବା ସୁବିଧା ପାଇବେ ଯାତ୍ରୀ । ସହରବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି । ଆସନ୍ତା ୨୬ ତାରିଖରୁ ସପ୍ତାହରେ ୩ ଦିନ ରାଉରକେଲାରୁ କୋଲକାତା ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସପ୍ତାହର ମଙ୍ଗଳ, ଗୁରୁ ଏବଂ ଶନିବାର ୩ ଦିନ ରାଉରକେଲା ଓ କୋଲକୋଡା ମଧ୍ୟରେ ଏଟିଆର- ୭୨ ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି । ଏହି ୩ ଦିନ ପୂର୍ବାହ୍ନ ୧୧ଟାରୁ ବିମାନ ରାଉରକେଲା ବିମାନ ବନ୍ଦରରୁ ବାହାରି କୋଲକାତାରେ ସାଢ଼େ ୧୨ଟାରେ ପହଞ୍ଚିବ । କୋଲକାତାରୁ ୩ଟା ୫୦ରେ ବାହାରି ରାଉରକେଲାରେ ସନ୍ଧ୍ୟା ୫ଟା ୨୦ରେ ପହଞ୍ଚିବ । ତେବେ ଅନ୍ୟ ୪ ଦିନ ଯଥା ସୋମ, ବୁଧ, ଶୁକ୍ର ଓ ରବିବାର ପୂର୍ବ ପରି ରାଉରକେଲାରୁ ଭୁବନେଶ୍ବର ଦେଇ କୋଲକାତା ବିମାନ ଉଡ଼ିବ ବୋଲି କୁହାଯାଇଛି । 

ସୂଚନାଯୋଗ୍ୟ, ପୂର୍ବରୁ ରାଉରକେଲାରୁ କୋଲକତା ମଧ୍ୟରେ ଚାଲୁଥିବା ଏଟିଆର-୭୨ ବିମାନ(୯୧୭୪୫) କୋଲକାତାରୁ ଅପରାହ୍ନ ୧ଟା ୫୦ରେ ବାହାରି ଭୁବନେଶ୍ଵରରେ ୩ଟା ୨୦ରେ ପହଞ୍ଚୁଛି । ସେଠାରେ ୨୫ ମିନିଟ ରହଣି ପରେ ଅପରାହ୍ନ ୩ଟା ୪୫ରେ ଭୁବନେଶ୍ୱରରୁ ବାହାରି ୪ଟା ୪୦ରେ ରାଉରକେଲାରେ ପହଞ୍ଚୁଛି । ସେହିପରି ଅପରାହ୍ନ ୫ଟା ୫ରେ ରାଉରକେଲାରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ସନ୍ଧ୍ୟା ୫ଟା ୫୫ରେ ପହଞ୍ଚୁଛି । ସେଠାରେ ୩୦ ମିନିଟ ରହଣି ପରେ ୬ଟା ୨୫ରେ ଭୁବନେଶ୍ବରରୁ ବାହାରି କୋଲକାତାରେ ସନ୍ଧ୍ୟା ୮ଟା ୫ରେ ପହଞ୍ଚୁଛି । 

ଏହା ମଧ୍ୟ ପଢନ୍ତୁ....ପୁଣି ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡିବ ବିମାନ

ତେବେ ରାଉରକେଲାରୁ କୋଲକାତା ସିଧାସଳଖ ବିମାନ ଚଳାଚଳ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଲୋକସଭାରେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ନେଇ ପ୍ରଶ୍ନ ଉଠାଇଥିଲେ । ଆଗାମୀ ନୂଆବର୍ଷର ପ୍ରଥମ ମାସରେ ରାଉରକେଲା ବିମାନ ବନ୍ଦରରେ ଆଇଏଲଏସ ବ୍ୟବସ୍ଥା ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.