ETV Bharat / technology

ଗାଲାକ୍ସି ଡିଭାଇସରେ ମିଳିପାରେ 500MP କ୍ୟାମେରା; ଜୋରସୋରରେ କାମ କରୁଛି Samsung - 500MP CAMERA FOR GALAXY SERIES

ସାମସଙ୍ଗ ନିଜ ଗାଲାକ୍ସି ସିରିଜ ଲାଗି 500MP କ୍ୟାମେରା ଆଣୁଛି ଓ ଏହାସହ ଆଇଫୋନ ଲାଗି ମଧ୍ୟ 3-ଇମେଜ୍‌ ଲେୟାର୍ଡ ସେନ୍ସର ତିଆରି କରୁଛି । ଅଧିକ ପଢନ୍ତୁ

ସାମସଙ୍ଗ ପ୍ରତୀକାତ୍ମକ ଫଟୋ
ସାମସଙ୍ଗ ପ୍ରତୀକାତ୍ମକ ଫଟୋ (Samsung)
author img

By ETV Bharat Tech Team

Published : Jan 5, 2025, 8:05 AM IST

ହାଇଦ୍ରାବାଦ: ଏବେ ଆପଣ ଅନେକ ହ୍ୟାଣ୍ଡସେଟ୍‌ରେ 200MP କ୍ୟାମେରା ଥିବା କଥା ଶୁଣିଥିବେ । ପ୍ରମୁଖ ଫୋନ୍‌ ନିର୍ମାତା କମ୍ପାନୀ Samsungନିଜ ଫ୍ଲାଗସିପ୍‌ ଫୋନ Samsung Galaxy S ସିରିଜ ଲାଗି ଅଲଟ୍ରା ଭାରିଏଣ୍ଟ ଲାଗି 200MP କ୍ୟାମେରା ବ୍ୟବହାର କରୁଛି । ମିଡିଆ ରିପୋର୍ଟ ଅନୁସାରେ, ସାମସଙ୍ଗ 500MP କ୍ୟାମରା ଉପରେ କାମ କରୁଛି । ଯାହାକୁ ଆଗାମୀ ଗାଲାକ୍ସି ସିରିଜରେ ବ୍ୟବହାର କରିବ ବୋଲି କୁହାଯାଉଛି । ଏହାବାଦ କମ୍ପାନୀ iPhone ଲାଗି ମଧ୍ୟ ବିଶେଷ ଧରଣର କ୍ୟାମେରା ତିଆରି କରୁଛି ।

Samsung କମ୍ପାନୀ ନିଜ ପୋର୍ଟଫୋଲିଓରେ ବିଭିନ୍ନ ପ୍ରକାର ପ୍ରଡକ୍ଟ ସହିତ କ୍ୟାମେରା ସେନ୍ସର ମଧ୍ୟ ତିଆରି କରିଥାଏ । ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ 500MP କ୍ୟାମେରା ସେନ୍ସର ଉପରେ କାମ କରୁଛି । ଏହାକୁ ହୁଏତ ଆଗକୁ ରିଲିଜ ହେବାକୁ ଥିବା ଗାଲାକ୍ସି ଡିଭାଇସଗୁଡ଼ିକରେ ବ୍ୟବହାର କରାଯିବ । ଏହାବାଦ କମ୍ପାନୀ Apple ସହିତ ମିଳିତ ଭାବରେ PD-TR-logic କନଫିଗିରେସନରେ 3-ଲେୟାର ଷ୍ଟେକଡ୍‌ ଇମେଜ ସେନ୍ସର (ଇମେଜ କ୍ବାଲିଟି ଆଦି ଲାଗି ବ୍ୟବହାର ହେଉଥିବା ବିଶେଷ ଧରଣର ସେନ୍ସର) ଉପରେ କାମ କରୁଛି ।

Sonyକୁ ସାମସଙ୍ଗର କଡ଼ା ଟକ୍କର

ସୋନି Appleକୁ CMOS ଇମେଜ ସେନ୍ସର (CIS) ପ୍ରଦାନ କରିଛି । କିନ୍ତୁ ସାମସଙ୍ଗ ଏବେ ଆପଲ୍‌ର ପ୍ରଥମ ପସନ୍ଦ ହେବାକୁ ଚାହୁଁଛି । ଏଥିଲାଗି ବିଶେଷ ଧରଣର ସେନ୍ସର ଉପରେ ସାମସଙ୍ଗ କାମ କରୁଛି । ସାମସଙ୍ଗ ତିଆରି କରୁଥିବା 3-ସ୍ତରୀୟ ଇମେଜ ସେନ୍ସର Sonyର ସେନ୍ସର ଅପେକ୍ଷା ଅଧିକ ପାୱାରଫୁଲ ହେବ ।

iPhone 18ରେ ବ୍ୟବହାର ହେବ କି ସାମସଙ୍ଗ କ୍ୟାମେରା ?

ଏବେ ପ୍ରଶ୍ନ ଉଠୁଛି କଣ ଆଗାମୀ ଆଇଫୋନରେ ସାମସଙ୍ଗର କ୍ୟାମେରା ବ୍ୟବହାର କରାଯିବ ? କହି ରଖୁଛୁ କି, ଗତ ବର୍ଷ ଜୁଲାଇରେ ଆପଲ୍‌ର ବିଶେଷଜ୍ଞ ମିଙ୍ଗ-ଚି କୁଓ କହିଥିଲେ ଯେ ଆପଲ୍‌ ନିଜର ଆଗାମୀ ପ୍ରଡକ୍ଟ ଲାଗି ସୋନି କ୍ୟାମେରା ସେନ୍ସର ବଦଳରେ ସାମସଙ୍ଗର କ୍ୟାମେରା ସେନ୍ସର ବ୍ୟବହାର କରିବ ।

2026ରେ ଲଞ୍ଚ ହେବ iPhone 18

ଆପଲ୍‌ ଆଇଫୋନ 15କୁ ବର୍ଷ 2026ରେ ଲଞ୍ଚ କରିବ । ଏଥିଲାଗି ଆପଣ 2026ରେ ଏକ ନୂଆ ଧରଣର କ୍ୟାମେରା ସେନ୍ସରକୁ ଦେଖିବେ । ଏହା ଏକ ଅପଡେଟେଡ 48MP କ୍ୟାମେରା ହେବ, ଯେଉଁଥିରେ ପୂର୍ବାପେକ୍ଷା ଅଧିକ ଫଟୋ ଉଠିବ। ମିଡିଆ ରିପୋର୍ଟ ଅନୁସାରେ, 500MP କ୍ୟାମେରାର ବ୍ୟବହାର କେବଳ ସାମସଙ୍ଗର ହ୍ୟାଣ୍ଡସେଟରେ କରାଯିବ । କିନ୍ତୁ ଏଯାବତ ସାମସଙ୍ଗ ଏହି ସେନ୍ସର ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।

ଏହା ବି ପଢନ୍ତୁ
  1. ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ସହ ଆସୁଛି Samsung Galaxy S25 ସିରିଜ; ଲିକ୍‌ ହେଲା ତଥ୍ୟ
  2. ଲାଟେଷ୍ଟ ALoP ଟେକ୍ନୋଲୋଜି ବ୍ୟବହାର କରିବ Samsung Galaxy S25 Slim; କଣ ମିଳିବ ଫାଇଦା

ସୂଚନା ଥାଉ କି ସାମସଙ୍ଗ ପ୍ରତି ବର୍ଷ ଜାନୁଆରୀରେ ନିଜ ଫ୍ଲାଗସିପ୍‌ ସିରିଜ ଲଞ୍ଚ କରିଥାଏ । ଗତ ବର୍ଷ କମ୍ପାନୀ ସାମସଙ୍ଗ ଗାଲାକ୍ସି S24 ସିରିଜ ଲଞ୍ଚ କରିଥିଲା । ମିଡିଆ ରିପୋର୍ଟ ଅନୁସାରେ, କମ୍ପାନୀ ଚଳିତ ବର୍ଷ ଜାନୁଆରୀରେ ଗାଲାକ୍ସି ଅନପ୍ୟାକଡ୍‌ ଇଭେଣ୍ଟର ଆୟୋଜନ କରିବ । କିନ୍ତୁ ଏଯାବତ କମ୍ପାନୀ ଆନୁଷ୍ଠାନିକ ଭାବେ ଏହି ଇଭେଣ୍ଟର ତାରିଖ ନେଇ ଘୋଷଣା କରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.