ETV Bharat / state

ଦୁର୍ଘଟଣାରେ ୨ ବିଜେପି ନେତା ମୃତ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ - SAMBALPUR ACCIDENT

ସମ୍ବଲପୁର କଣ୍ଟାପାଲିରେ କାରକୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ । ୨ ଜଣ ଗୁରୁତର ।

SAMBALPUR ACCIDENT
SAMBALPUR ACCIDENT (ETV Bharat Odisha)
author img

By ETV Bharat Odisha Team

Published : Jan 5, 2025, 10:10 AM IST

Updated : Jan 5, 2025, 7:55 PM IST

ସମ୍ବଲପୁର: କାରକୁ ଧକ୍କା ଦେଲା ହାଇୱା । ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ବିଜେପି କର୍ମୀ ମୃତ । ବିଳମ୍ବିତ ରାତିରେ କାର ଯୋଗେ ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ହାଇୱା ଟ୍ରକ । ଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପାଲିରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ବିଜେପି କର୍ମୀ ମୃତ:

କେନ୍ଦ୍ରମନ୍ତ୍ରୀଙ୍କ ଶୋକ (ETV Bharat Odisha)

ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପାଲିରେ ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୨ ଜଣ ଅତି ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତକମାନେ ହେଲେ ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ । ଦେବେନ୍ଦ୍ର ବିଜେପି ଚିପଲିମା ମଣ୍ଡଳ ସଭାପତି ରହିଥିଲେ । ଦେବେନ୍ଦ୍ର ଓ ମୁରଲୀ ସେମାନଙ୍କ ୨ ସହକର୍ମୀଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ । ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ଚିପଲିମା ସ୍ଥିତ ଘରକୁ ଫେରୁଥିଲେ । ଫେରିବା ବାଟରେ ଆ.କଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଶକ୍ତ ଧକ୍କା ଦେଇଥିଲା । ଯାହାଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ଦେବେନ୍ଦ୍ର ଓ ମୁରଲୀ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ୨ ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ଭୀମସାରରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଏମିତି ବି ଆସେ ମୃତ୍ୟୁ ! ଧାନ କଟା ମେସିନ ତଳେ ଚାପି ହୋଇ ୨ ଭଉଣୀ ମୃତ

ଏହା ମଧ୍ୟ ପଢ଼ନ୍ତୁ...ଘାଟିରୁ ଖସିଲା ସେନା ଗାଡି, ଆଖି ବୁଜିଲେ 4 ଯବାନ

ଦୁର୍ଘଟଣାରେ ୨ ଛାତ୍ର ମୃତ:

ଦୁର୍ଘଟଣାରେ ୨ ବିଜେପି ନେତା ମୃତ
ଦୁର୍ଘଟଣାରେ ୨ ବିଜେପି ନେତା ମୃତ (ETV Bharat Odisha)

ସେହିପରି ଗତକାଲି(ଶନିବାର) ସମ୍ବଲପୁର ସହର ବରେଇପାଲି ଥାନା ଅନ୍ତର୍ଗତ ଗୋପାଲପାଲି ଓ ରେମେଡ଼ ଛକ ନିକଟରେ ଅଜଣା ଗାଡି ଛକରେ ଚାପି ହୋଇ ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି ମୃତ । ମୃତକ ଛାତ୍ରମାନେ କପିଳେଶ ନାୟକ ଓ ଶୁଭମ ନାୟକ । ଉଭୟଙ୍କ ଘର ରେମେଡ଼ ଅଞ୍ଚଳ ବୋଲି ସୂଚନା ମିଳିଛି । ଉଭୟଙ୍କ ବସୟ ପ୍ରାୟ ୧୪ରୁ ୧୫ ବର୍ଷ ବୋଲି ଜଣାପଡିଛି । ସେମାନେ ଗୋପାଲପାଲି ହାଇସ୍କୁଲରେ ପଢୁଥିଲେ । ଗତକାଲି ସ୍କୁଲରେ ଚାଲିଥିବା ବାର୍ଷିକ ଉତ୍ସବରେ ସାମିଲ ହୋଇ ସେମାନେ ଘରକୁ ଫେରୁଥିବା ସମୟରେ ଗୋପାଲପାଲି ଛକ ନିକଟ ବରେଇପାଲି-ରେମେଡ୍ ସର୍ଭିସ୍ ରୋଡରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଟ୍ରକଟି ୨ ଜଣଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ହିଁ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ସେଠାରୁ ଉଭୟ ଛାତ୍ରଙ୍କ ମୃତଦେହକୁ ବୁର୍ଲା ଭୀମସାର ମେଡିକାଲକୁ ନିଆଯାଇଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ହେବ ।

ଶୋକ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:

SAMBALPUR ACCIDENT
SAMBALPUR ACCIDENT (ETV Bharat Odisha)

ସମ୍ବଲପୁରର ବିଜେପିର 2 କର୍ମୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାଣ ହରାଇଥିବା ଦୁଇ ବିଜେପି କର୍ମୀ ଅତ୍ୟନ୍ତ ଆତ୍ମୀୟ ଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ‘ଉଭୟେ ମୋ ପରିବାରର ସଦସ୍ୟ ଭଳି ରହିଥିଲେ l ଏହା ମୋ ପାଇଁ ତଥା ଦଳ ପାଇଁ କ୍ଷତି ହେଲା l’

SAMBALPUR ACCIDENT
SAMBALPUR ACCIDENT (ETV Bharat Odisha)

ଦୁର୍ଘଟଣା ପଛରେ ଷଡଯନ୍ତ୍ର ଗନ୍ଧ ବାରିଲେ ପରିବାରଲୋକେ, ପ୍ରତିକ୍ରିୟା ରଖିଲେ ଏସପି:

ତେବେ ଏହି ଦୁର୍ଘଟଣା ପଛରେ ଷଡଯନ୍ତ୍ର ହୋଇଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ ପ୍ରତିକ୍ରିୟା ରଖିଛନ୍ତି l ଏସପି କହିଛନ୍ତି, ‘ଦୁଇ ବିଜେପି କର୍ମୀ ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ ଏହା ଏକ ହତ୍ୟାକାଣ୍ଡ ନା ଏହା ଏକ ଦୁର୍ଘଟଣା ତାହା ତଦନ୍ତ ପରେ ଜଣାପଡିବ l ତେବେ ଦୁର୍ଘଟଣା ଘଟେଇଥିବା ହାଇୱା ଗାଡିକୁ ଜବତ କରାଯିବା ସହ ତାର ସହ ଡ୍ରାଇଭର ଅଟକ ରଖଆଯାଇଛି । ହାଇୱା ଗାଡିଟି ହିଣ୍ତାଲକୋ ପ୍ଲାଣ୍ଟରୁ ପାଉଁଶ ବୋଝେଇ କରି ବରଗଡ ପଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ଅଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ସେହି ଦିଗକୁ ମଧ୍ୟ ତଦନ୍ତ କରୁଛି ।’

ଇଟିଭି ଭାରତ, ସମ୍ବଲପୁର

Last Updated : Jan 5, 2025, 7:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.