ETV Bharat / state

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ତଦନ୍ତ କରୁଛନ୍ତି 2ଟି ଟିମ୍ - DRONE OVER JAGANNATH TEMPLE

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ନୋ ଫ୍ଲାଇଂ ଜୋନରେ ଉଡିଲା ଡ୍ରୋନ୍ । ଭକ୍ତ ଓ ସେବାୟତଙ୍କ ଅସନ୍ତୋଷ । ତଦନ୍ତ କରୁଛନ୍ତି 2ଟି ଟିମ୍।

Drone Seen Flying Over Puri Jagannath Temple
Drone Seen Flying Over Puri Jagannath Temple (ETV Bharat Odisha)
author img

By ETV Bharat Odisha Team

Published : Jan 5, 2025, 8:21 AM IST

Updated : Jan 5, 2025, 2:23 PM IST

ପୁରୀ: ପୁଣି ଶ୍ରୀମନ୍ଦିର‌ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଛି । ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି । କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତା'କୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ଥିବାବେଳେ ପୂର୍ବରୁ ମଧ୍ୟ ବାରମ୍ବାର ଉଡିଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟିକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Drone Seen Flying Over Puri Jagannath Temple (ETV Bharat Odisha)

ଶ୍ରୀମନ୍ଦିର ଉପରେ ଡ୍ରୋନ:

ଆଜି ସକାଳୁ ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ପାଖାପାଖି ୩୦ ମିନିଟ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା । ଦଧିନଉତି, ନୀଳଚକ୍ର ଉପରେ ଓ ମନ୍ଦିର ଚାରିପଟେ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି । ଶ୍ରୀମନ୍ଦିରର ନିଷେଦ୍ଧାଞ୍ଚରେ କେମିତି ଜଣେ ଡ୍ରୋନ ଉଟାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । ନୋ ଫ୍ଲାଇଂ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ତାହା ଅସ୍ପଷ୍ଟ ରହିଛି । ତୁରନ୍ତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି ।

Drone Seen Flying Over Puri Jagannath Temple
Drone Seen Flying Over Puri Jagannath Temple (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ, ବାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ

ଡ୍ରୋନ ଉଡିବା ଘଟଣାକୁ ନେଇ ଅସନ୍ତୋଷ:

ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଶ୍ରୀ ମନ୍ଦିର ଉଗ୍ରପନ୍ଥୀଙ୍କ ଟାର୍ଗେଟରେ ରହିଛି । ଏଣୁ ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡ଼ିବା ଓ ପୋଲିସ ତାହାର ଟେର ନ ପାଇବା ବେଶ ଚିନ୍ତାଜନକ ଘଟଣା। ପୋଲିସ ଏହାର ତଦନ୍ତ କରି ଯିଏ ଏଭଳି ବେଆଇନ କାର୍ଯ୍ୟ କରିଛି, ତାହା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଉ। ଏହା ଦ୍ବାରା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ। ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରିବା ଉଚିତ୍। ଏହା ନ ହେଲେ ଆଗାମୀ ଦିନରେ ଶ୍ରୀ ମନ୍ଦିରରେ ଅଘଟଣକୁ ଏଡାଇ ହେବନାହିଁ।

ପୁରୀ ସହରର ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, "ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣା ବାରମ୍ବାର ଘଟୁଛି। ହେଲେ ଦୁର୍ଭାଗ୍ୟ କଥା ପୋଲିସ ଓ ପ୍ରଶାସନର ନିଦ ଭାଙ୍ଗୁନି। ଡ୍ରୋନ ଉଡାଣକୁ କିଭଳି ପ୍ରତିରୋଧ କରିହେବ ସେନେଇ ଆଜି ପର୍ଯ୍ୟନ୍ତ କୌଣସି ଅତ୍ୟାଧୁନିକ ବ୍ୟବସ୍ଥା ଶ୍ରୀମନ୍ଦିରରେ ନାହିଁ। ଶ୍ରୀମନ୍ଦିର ଚାରି ପାଖରେ ୱାଚ ଟାୱାର ନାହିଁ। ଆଜିକାଲି ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେଉଛି । ଏଣୁ ଶ୍ରୀ ମନ୍ଦିର ନିକଟରେ ଡ୍ରୋନ ଉଡାଣ ବନ୍ଦ ନହେଲେ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି। ରାଜ୍ୟ ସରକାର ଏହାକୁ ଗୁରୁତର ଭାବେ ନେଇ ଶ୍ରୀମନ୍ଦିରର ସୁରକ୍ଷାକୁ କଡ଼ାକଡ଼ି କରନ୍ତୁ।"

ତଦନ୍ତ କରୁଛି 2ଟି ଟିମ୍:
ପୁରୀ ଏସପି ବିନିତ ଅଗ୍ରୱାଲ କହିଛନ୍ତି, "ଶ୍ରୀମନ୍ଦିର ଉପରେ ଆଜି ଡ୍ରୋନ ଉଡ଼ିବା ନେଇ ପୋଲିସକୁ ଖବର ଆସିଥିଲା । ଘଟଣାର ତଦନ୍ତ ଜାରି ରହିଛି । ଦୁଇଟି ଟିମ ଏଥିପାଇଁ ଗଠନ କରାଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ଆମେ ଖୁବଶୀଘ୍ର ଉକ୍ତ ବ୍ୟକ୍ତିକୁ ଧରିବୁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ। ତେବେ ଶ୍ରୀମନ୍ଦିର ଚାରି ପାଖରେ ୱାଚ ଟାୱାର କରାଯାଇ ପୋଲିସ ମୁତୟନ କରାଯିବ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ।"

ପୂର୍ବରୁ ବି ଉଡ଼ିଥିଲା ଡ୍ରୋନ:

ଗତ ବର୍ଷ ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହାକୁ ସେ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀମନ୍ଦିରେ ଭିଡ଼ିଓ ଉତ୍ତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା । ଗତ ୨୦୨୩ ମସିହାରେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଇଥିଲେ । ଏହାକୁ ନେଇ ବିରୋଧ ହେବା ପରେ ଉକ୍ତ ୟୁଟ୍ୟୁବର ବିରୋଧରେ ପୋଲିସ୍ ମାମଲା ରୁଜୁ କରି ଗିରଫ କରିଥିଲା । ଶ୍ରୀମନ୍ଦିର ରେଡ ଜୋନ୍ ଆସିଥିବାରୁ ଏହା ଉପରେ ଡ୍ରୋନ ଉଡ଼ାଇବା ନେଇ କଟକଣା ରହିଛି । ତେବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ବ୍ୟବହାର ପାଇଁ ସାଧାରଣରେ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

Last Updated : Jan 5, 2025, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.