ନିଆରା କଳାକୃତି, ଚାଉଳ ଓ ବୋତାମରେ ପ୍ରସ୍ତୁତ କଳାକୃତିକୁ ନେଇ ଚର୍ଚ୍ଚା - ଆସୁଛି ପାର୍ବଣ ଋତୁ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 21, 2023, 12:25 PM IST

ବ୍ରହ୍ମପୁର: ଆସୁଛି ପାର୍ବଣ ଋତୁ । ଗଣେଶ ପୂଜା ଠାରୁ ସବୁଠି ଆରମ୍ଭ ହୋଇଯାଇଥାଏ ଉତ୍ସବର ମାହୋଲ । ଏହି ଅବସରରେ ରେଶମ ସହରରେ ଗଣେଶ ପୂଜା ଧୁମଧାମରେ ପାଳନ କରାଯାଉଛି । ଏହାରି ମଧ୍ୟରେ ବ୍ରହ୍ମପୁର ସହରର ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ୯୭୩ ଗୋଟି ରଙ୍ଗବେରଙ୍ଗ ବୋତାମ ବ୍ୟବହାର କରି ଶ୍ରୀଗଣେଶଙ୍କ ପ୍ରତିମା ପ୍ରସ୍ତୁତ କରିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ଏହି ପ୍ରତିମାର ଉଚ୍ଚତା ୧୩ଇଞ୍ଚ ଏବଂ ଓସାର ୧୧ଇଞ୍ଚ ରହିଛି । ତେବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଦେବାଦେବୀଙ୍କ ପ୍ରକୃତି ଓ ପରିବେଶ ଉପଯୋଗୀ ପ୍ରତିମା ଗଢ଼ି ପୂଜାର୍ଚ୍ଚନା କରିବା ପାଇଁ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ସତ୍ୟ ।

ଏହା ମଧ୍ୟ ପଢନ୍ତୁ- ବୁଢ଼ା-ଟୋକା-ପିଲା ଗଣେଶଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା, ମାସେ ଧରି ପୂଜା ପାଇବେ ଗଜାନନ

ସେହିପରି ପୂର୍ବରୁ ଚକ୍ ଖଡ଼ିରେ ସୂକ୍ଷ୍ମ କଳାକୃତି ପ୍ରସ୍ତୁତ କରି ଏକାଧିକ ରେକର୍ଡ କରିଥିବା ବ୍ରହ୍ମପୁର ସହର ଉପକଣ୍ଠ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ଛାତ୍ର ତଥା ଡୁରା ପଞ୍ଚାୟତର କେ.ବିଜୟ କୁମାର ରେଡ୍ଡି ଗଣେଶ ପୂଜା ଅବସରରେ ଭିନ୍ନ ପ୍ରୟାସ କରିଛନ୍ତି । ସେ ଏକ ୪ ମିମିର ବାସୁମତି ଚାଉଳରେ ଗଣେଶଙ୍କ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ସେଥିରେ ସେ ଏହାକୁ ରଙ୍ଗ ଦେଇ  ବେଶ୍ ଆକର୍ଷଣୀୟ କରିଛନ୍ତି ।  

ଇଟିଭି ଭାରତ , ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.