ମୋଦିଙ୍କ ଲକ୍ଷ୍ମୀପୂଜା ଭେଟି, ଢେଙ୍କାନାଳ ଦେଇ ଗଡିଲା ବନ୍ଦେ ଭାରତ: ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Sep 24, 2023, 9:05 PM IST

thumbnail

ଢେଙ୍କାନାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯ଟି ସ୍ଥାନରୁ ବନ୍ଦେ ଭାରତ ଏକ୍ସପ୍ରେସ ଚଳଣିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁରୀରୁ ରାଉରକେଲାକୁ ଖୋର୍ଦ୍ଧାରୋଡ଼, କଟକ, ଢେଙ୍କାନାଳ ଓ ତାଳଚେର ଦେଇ ରାଉରକେଲାକୁ ଗଡ଼ିବା ଆରମ୍ଭ କରିଛି ବନ୍ଦେ ଭାରତ ଏକ୍ସପ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିବା ସହ ଉକ୍ତ ଟ୍ରେନରେ ଯାତ୍ରା କରିଛନ୍ତି । ଏଥିପାଇଁ ଢେଙ୍କାନାଳ ଷ୍ଟେସନରେ ଭବ୍ୟ ଆୟୋଜନ କରାଇଥିଲା । ତେବେ ଅପରାହ୍ନ ୨ଟା ୩୫ ମିନିଟ ସମୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଢେଙ୍କାନାଳ ଷ୍ଟେସନରେ ପହଁଚିବା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ଢେଙ୍କାନାଳର ବିଜେପି କର୍ମୀ ଏବଂ ଜନସାଧରଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । 

ତେବେ ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି "ବେଶ ଅତ୍ୟାଧୁନିକ ତଥା ସ୍ବଦେଶୀ ଜ୍ଞାନ କୌଶଳ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ତିଆରି ଏହି ବନ୍ଦେ ଭାରତ ଦ୍ରୁତଗାମୀ ଏକ୍ସପ୍ରେସ ଏକ ବିଶ୍ୱସ୍ତରୀୟ ଟ୍ରେନ । ଆଉ ଓଡ଼ିଶାରେ ଦ୍ୱିତୀୟ ଥର ଏହି ବନ୍ଦେ ଭାରତ ଏକ୍ସପ୍ରେସ ଚଳଣି ଶୁଭାରମ୍ଭରେ ଢେଙ୍କାନାଳ ଏହା ସହିତ ଯୋଡି ହେଲା । ଏହା ଯାତ୍ରୀମାନଙ୍କ ଯାତ୍ରା ନିର୍ଘଣ୍ଟକୁ ଆହୁରି ତ୍ୱରାନ୍ୱିତ କରିବାରେ ସକ୍ଷମ ହେବ।"

ଏହା ମଧ୍ୟ ପଢ଼ନ୍ତୁ....Watch: କଟକରେ ବନ୍ଦେ ଭାରତକୁ ଭବ୍ୟ ସ୍ୱାଗତ

ତେବେ ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଢେଙ୍କାନାଳ ପାଇଁ ଲକ୍ଷ୍ନୀପୂଜା ବେଶ ମହତ୍ୱପୂର୍ଣ୍ଣ । ତେଣୁ ଢେଙ୍କାନାଳବାସୀଙ୍କ ପାଇଁ ନରେନ୍ଦ୍ର ମୋଦିଙ୍କର ଏହା ଲକ୍ଷ୍ମୀପୂଜା ଭେଟି । ଅପରପକ୍ଷରେ ନରେନ୍ଦ୍ର ମୋଦି ନେତୃତ୍ୱରେ ଦେଶରେ ଯେଉଁ ଚଉମୁଖୀ ବିକାଶ ଆରମ୍ଭ ହୋଇଛି ସେଥିରେ ଢେଙ୍କାନାଳ ଜିଲ୍ଲା ଅଗ୍ରରୂପରେ ଥିବାରୁ ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ଏହା ସୌଭାଗ୍ୟ ଆଣିଦେଇଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.