ସୁରକ୍ଷା ବନ୍ଧନ ଉତ୍ସବ: ମୁଖ୍ୟ ଅତିଥି ଭାବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ରକ୍ଷା ବନ୍ଧନ ଢେଙ୍କାନାଳ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 30, 2023, 10:29 PM IST

ଢେଙ୍କାନାଳ: ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ। ସବୁଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୂବନ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଏକ ସୁରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସ୍ଥାନୀୟ କାଳିବଜାର ଠାରେ ପ୍ରଥମେ ଦଳିୟ କର୍ଯ୍ୟକର୍ତ୍ତାଙ୍କ ତରଫରୁ ଧର୍ମେନ୍ଦ୍ରଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ସ୍ବାଧିନତା ସଂଗ୍ରାମୀ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କାପୁଡିଆ ସମାଜର ଶୋଭାଯାତ୍ରାରେ ସାମିଲ ହୋଇ ବଳଦେବଜୀଉଙ୍କ ଦର୍ଶନ କରିଥିଲେ।

ତେବେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ କହିଛନ୍ତି ଯେ, ଦେଶରେ ମହିଳାଙ୍କ ପାଇଁ ମୋଦି ସରକାର ସର୍ବଦା ସମର୍ପିତ । ୯ବର୍ଷ ମଧ୍ୟରେ ବିଜେପି ସରକାର ମହିଳାଙ୍କ ପାଇଁ ଯେତିକି  ଯୋଜନା ପ୍ରସ୍ତୁତ କରିଛନ୍ତି ବିଗତ ଦିନରେ ଥିବା ସରକାର ସେତିକି କାମ କରିନଥିଲେ । ଏବେ ଏଲପିଜିର ଦରରେ 200ଟଙ୍କା କମ କରି ନରେନ୍ଦ୍ର ମୋଦି ମହିଳାଙ୍କୁ ରକ୍ଷା ବନ୍ଧନରେ ଉପହାର ଦେଇଛନ୍ତି । ତେବେ 2014ରେ ଓଡ଼ିଶାରେ 21ଲକ୍ଷ ଏଲପିଜି ସଂଯୋଗ ଥିବା ବେଳେ ଏହା ଏବେ ବୃଦ୍ଧି ପାଇ 96 ଲକ୍ଷରେ ପହଞ୍ଚିଛି । ସେହିପରି ସାରା ଦେଶରେ  14କୋଟି ଏଲ୍‌ପିଜି ସଂଯୋଗ ଥିଲା ଯାହା ଏବେ 33କୋଟିରେ ପହଞ୍ଚିଛି । ଏହାସହ କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳାମାନଙ୍କୁ କମ୍‌ ସୁଧରେ ଋଣ ଯୋଗାଇ ଦେଉଛନ୍ତି । ତେବେ 2014 ପରଠାରୁ ବିଜେପି ସରକାର ସମୟରେ ମହିଳା ସଶକ୍ତିକରଣ ବଢିଥିବା କହିଛନ୍ତି ଧର୍ମେନ୍ଦ୍ର ।  

ଏହା ମଧ୍ୟ ପଢ଼ନ୍ତୁ...Meri Mati Meri Desh: ଯାଜପୁରରୁ ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉକ୍ତ ସୁରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ମହିଳା ସଭାପତି ଐଶ୍ୱର୍ଯ୍ୟା ବିଶ୍ବାଳ, ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟନ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ, ଶତୃଘ୍ନ ଜେନାଙ୍କ ସମେତ ବହୁ ସଂଖ୍ୟାରେ ଦଳିୟ କର୍ମୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.